thumbnail

By ETV Bharat Odisha Team

Published : Oct 1, 2023, 8:36 PM IST

ETV Bharat / Videos

ଜିଲ୍ଲାସ୍ତରୀୟ ଖେଳ ପ୍ରତିଯୋଗିତା, ସ୍କୁଲ ପିଲାଙ୍କ ମଧ୍ୟରେ ବଢୁଛି ପାରମ୍ପରିକ କ୍ରୀଡା ପ୍ରତି ଆଗ୍ରହ

କୋରାପୁଟ: ପାରମ୍ପରିକ କ୍ରୀଡା ପ୍ରତି ବଢ଼ୁଛି ପିଲାଙ୍କ ଆଗ୍ରହ । ଏନେଇ ଶନିବାର ଦିନ ସୁନାବେଡା ସ୍ଥିତ ଏଚଏଏଲ ଷ୍ଟାଡିଆମରେ ଜିଲ୍ଲା ସ୍ତରୀୟ ଖୋଖୋ, କବାଡି ଓ ଫୁଟବଲ ଖେଳ ଆୟୋଜିତ ହୋଇଯାଇଛି । ତେବେ  ରାଜ୍ୟ ସରକାରଙ୍କ ଦ୍ବାରା ଏବଂ ଏରୋନଟିକ୍ସ ଡିଏଭି ଉଚ୍ଚ ବିଦ୍ୟାଳୟର ସହଯୋଗରେ ଆୟୋଜିତ କରାଯାଇଥିବା ଏହି କ୍ରୀଡା ପ୍ରତିଯୋଗିତାରେ କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରୁ 486 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ଦକ୍ଷତା ଓ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀ ମୋବାଇଲ ଫୋନରେ ଅନଲାଇନ ଗେମ ଖେଳିବା ପାଇଁ ଆଗଭର ହେଉଥିବା ବେଳେ ସରକାରଙ୍କ ଦ୍ବାରା ଶାରୀରିକ କ୍ରୀଡା ପ୍ରଦର୍ଶନକୁ ପ୍ରେରିତ କରିବା ଏକ ଶୁଭଙ୍କର ସୂଚନା ବୋଲି କୋରାପୁଟ ଜିଲ୍ଲାପରିଷଦର ପୂର୍ବତନ ଉପାଧ୍ୟକ୍ଷ ମାଧବ ଖୋସଲା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ହିନ୍ଦୀ ଅନୁବାଦ ଜରୁରୀ: ପ୍ରଫେସର ମୀନା

ତେବେ ବିଦ୍ୟାଳୟ ସ୍ତରରେ ଖେଳ କୁଦ କରିବା ପାଇଁ ସରକାରଙ୍କ ଦ୍ବାରା ବ୍ୟବସ୍ଥା ସୁଦୃଢ କରାଯାଇଥିବା ଯୋଗୁଁ ଛାତ୍ରଛାତ୍ରୀ ବାହ୍ୟ କ୍ରୀଡା ପ୍ରତି ଆକୃଷ୍ଟ ହେଉଛନ୍ତି । ସୁନାବେଡାରେ ଆୟୋଜିତ ଜିଲ୍ଲା ସ୍ତରୀୟ କ୍ରୀଡ଼ାରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରୀୟ କ୍ରୀଡାରେ ଭାଗ ନେବା ପାଇଁ ସୁଯୋଗ ମିଳିବ । ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଚୟନ ପ୍ରକ୍ରିୟାରେ ଜାତୀୟ ସ୍ତରରେ ଖେଳିବା ପାଇଁ ସୁଯୋଗର ସମ୍ଭାବନା ଥିବା ଦେଖି ଅଧିକ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଜୟପୁରର କ୍ରୀଡା ଶିକ୍ଷକ ବାସୁଦେବ ସେନାପତି ।

ଇଟିଭି ଭାରତ, କୋରାପୁଟ

For All Latest Updates

TAGGED:

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.