ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ 2023 ପାଳିତ - rayagada news
🎬 Watch Now: Feature Video
Published : Oct 27, 2023, 9:20 PM IST
ରାୟଗଡା: ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ, ମହକ ୨୦୨୩ ।ଜିଲ୍ଲାରେ ଥିବା ୪ ଗୋଟି ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା କୁନି କୁନି ଅନ୍ତେବାସୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଛି । ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ନେଇ ଦୌଡ଼, ଉଚ୍ଚ ଡିଆଁ, ଲମ୍ଵ ଡିଆଁ, ଚେସ ,କୁଇଜ, ଡ଼ିବେଟ ସହ ଗୀତ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪ଟି ଅନୁଷ୍ଠାନର ପ୍ରାୟ ୧୫୦ ଜଣ ଅନ୍ତେବାସୀ ଅଂଶଗ୍ରହଣ ପୁରସ୍କୃତ ହୋଇଛନ୍ତି ।
ଏହି ମହକ କାର୍ଯ୍ୟକ୍ରମରେ କୁନିକୁନି ଶିଶୁମାନେ ଆଦିବାସୀ ନୃତ୍ୟ, ଦେଶାତ୍ମବୋଧକ ,ସାମାଜିକ ସଚେତନତା ନୃତ୍ୟ ପରିବେଷଣ କରିଥିଲେ । ଏଠାରେ ପ୍ରଥମ ସ୍ଥାନ ଅଧିକାର କରି କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଏହା ମଧ୍ୟ ପଢନ୍ତୁ...କନ୍ଧମାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ମହକ' ପାଳିତ
ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ କହିଛନ୍ତି, "ଆନ୍ତର୍ଜାତିୟ କ୍ଷେତ୍ରରେ ରାୟଗଡା ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ଅବଦାନ ଦେଇ କ୍ରୀଡା ଇତିହାସରେ ଜିଲ୍ଲା ପାଇଁ ସ୍ଵର୍ଣ୍ଣିମ ଅର୍ଜନ କରିଛନ୍ତି । ଶିଶୁମାନେ ମଧ୍ୟ ସେଭଳି କ୍ରୀଡା ଓ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ କରିବାକୁ ଏହା ଏକ ଉତ୍ତମ ମାଧ୍ୟମ ।"
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ଉପଜିଲ୍ଲାପାଳ କଲ୍ୟାଣି ସଙ୍ଘମିତ୍ରା,ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ,ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
ଇଟିଭି ଭାରତ,ରାୟଗଡା