thumbnail

By ETV Bharat Odisha Team

Published : Dec 16, 2023, 11:07 AM IST

ETV Bharat / Videos

ବଲାଙ୍ଗୀରରେ ଆରମ୍ଭ ହେଲା କୃଷି ଯନ୍ତ୍ରପାତି ମେଳା

ବଲାଙ୍ଗୀର: ବଲାଙ୍ଗୀରରେ ଆରମ୍ଭ ହୋଇଯାଇଛି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଚାଷରେ ଯନ୍ତ୍ରପାତି ବ୍ୟବହାର କରି ଫସଲ ଦ୍ବିଗୁଣିତ କରିବାର ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତତ୍ତ୍ବବଧାନରରେ ଏହି ମେଳା ଆୟୋଜନ କରାଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳରେ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଥିବା ବେଳେ ଚାଷୀ ଓ ଯନ୍ତ୍ରପାତି ବିକ୍ରେତାଙ୍କ ଭିଡ ଜମିଛି । ଚାଷରେ ବ୍ୟବହାର ହେଉଥିବା ଭଳିକି ଭଳି ଯନ୍ତ୍ରପାତି ମେଳାରେ ଉପଲବ୍ଧ ରହିଛି । ପାୱାର ଟ୍ରିଲର, ଟ୍ରାକ୍ଟର, ଧାନ ବିହନ ବୁଣା ମେସିନ, ଘାସ କଟା ମେସିନ, ପାଣି ପମ୍ପ, ଫସଲ ଅମଳ କରିବା ପାଇଁ ଭିନ୍ନ ଭିନ୍ନ ମେସିନ ମେଳାରେ ରହିଛି । ଏଠାରେ ମୋଟ 70ଟି ଷ୍ଟଲ ଲାଗି ଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ନାମୀ ଦାମି କମ୍ପାନୀ ସାମିଲ ହୋଇଛନ୍ତି । ସେହିପରି ଚାଷୀ ମଧ୍ୟ ଚାଷ କାର୍ଯ୍ୟରେ ବ୍ୟବହୃତ ମେସିନ କ୍ରୟ କରୁଛନ୍ତି । ପାଞ୍ଚ ଶହ ଟଙ୍କାରୁ 30 ଲକ୍ଷ ପର୍ଯ୍ୟନ୍ତ ମେସିନ ସାମଗ୍ରୀ ମହଜୁଦ ରହିଥିବା ବେଳେ ଚାଷୀଙ୍କୁ ରିହାତି ଦରରେ ଯନ୍ତ୍ରପାତି ପ୍ରଦାନ କରାଯାଉଛି।  

ଏହା ମଧ୍ୟ ପଢନ୍ତୁ-ଦେଶ ଓ ରାଜ୍ଯରେ କୃଷି ଜିଡିପି ବୃଦ୍ଧି ପାଉଛି: ରାମଚନ୍ଦ୍ର ପଣ୍ଡା

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.