ଝାରସୁଗୁଡ଼ା ପୌରାଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସର ପୌରପରିଷଦ ଘେରାଉ - ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି
🎬 Watch Now: Feature Video


Published : Nov 23, 2023, 7:49 PM IST
ଝାରସୁଗୁଡ଼ା: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୌରପରିଷଦ ଘେରାଉ କରିଛି ଜିଲ୍ଲା କଂଗ୍ରେସ । ଝାରସୁଗୁଡ଼ା ପୌର ପରିଷଦ କାର୍ଯ୍ୟାଳୟକୁ ଆସି ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ କମିଟି । ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ବରେ ପୌର କାର୍ଯ୍ୟାଳୟକୁ ଆସି ନିର୍ବାହୀ ଅଧିକାରୀଙ୍କୁ ଷୋହଳ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଝାରସୁଗୁଡ଼ା ପୌରାଞ୍ଚଳରେ ଡ୍ରେନ ସଫା ହେଉନଥିବା, ଆବାସ ଯୋଜନାରେ ହିତାଧିକାରୀ ବଞ୍ଚିତ ରହୁଥିବା, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା ନଥିବା, ରାଶନ କାର୍ଡ ସୁବିଧା ପାଉନଥିବା ,ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ଏବଂ ବାର୍ଦ୍ଧକ୍ୟ ଭତ୍ତାରୁ ଅନେକ ହିତାଧିକାରୀ ବଞ୍ଚିତ ରହୁଛନ୍ତି ଭଳି ଅବ୍ୟବସ୍ଥା ରହିଥିବା କହି କଂଗ୍ରେସ ଆଜି ଝାରସୁଗୁଡ଼ା ପୌରପରିଷଦ ଘେରାଉ କରିଥିଲା ।
ଏହା ମଧ୍ୟ ପଢନ୍ତୁ.... ଝାରସୁଗୁଡ଼ାରେ ୭୦ତମ ନିଖିଲ ଭାରତ ସମବାୟ ସପ୍ତାହ ପାଳନ
ଝାରସୁଗୁଡ଼ା ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଦ୍ବାରା ମଶା ମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଏପରିକି ମଶା ମରା ଧୂଆଁରେ ମଧ୍ୟ ଦୁର୍ନୀତିର ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ । ସେହିପରି ହିତାଧିକାରୀମାନଙ୍କୁ ଦିଆ ଯାଉଥିବା ଭତ୍ତାକୁ ଅନଲାଇନ ବ୍ୟାଙ୍କିଙ୍ଗ ବଦଳରେ ସିଧାସଳଖ ହାତକୁ ଭତ୍ତା ଦେବାକୁ ଦାବି କରିଛି କଂଗ୍ରେସ। ଝାରସୁଗୁଡ଼ା ପୌରାଞ୍ଚଳରେ ରାସ୍ତାଘାଟର ସ୍ଥିତି ଆତ୍ୟନ୍ତ ଶୋଚନୀୟ ହୋଇ ପଡିଛି , ଯାହା ଦ୍ବାରା ସଡକ ଦୁର୍ଘଟଣା ନିତି ଦିନିଆ ଘଟଣା ପାଲଟିଛି ।
ଏହା ମଧ୍ୟ ପଢନ୍ତୁ.... ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ହେରିଟେଜ ବିଲ୍ଡିଂ ନିର୍ମାଣ ପାଇଁ ଦେଲେ ପ୍ରତିଶ୍ରୁତି
ପୌରାଞ୍ଚଳର ବିକାଶ କରିବାରେ ସରକାର ଫେଲ ମାରିଛନ୍ତି ବୋଲି ସ୍ବର ଉଠାଇଛି କଂଗ୍ରେସ । ପୌର ପ୍ରଶାସନର ବେପରୁଆ ଖାମଖିଆଲି କାର୍ଯ୍ୟକଳାପ ଯୋଗୁଁ ହିତାଧିକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । କାଉନସିଲର ମାନଙ୍କ ମନମୁଖୀ କାର୍ଯ୍ୟ କଳାପ ଯୋଗୁଁ ଝାରସୁଗୁଡ଼ାରେ ପୌରପରିଷଦ ହିତାଧିକାରୀଙ୍କୁ ପ୍ରକୃତ ସୁବିଧା ଯୋଗାଇ ପାରୁନାହିଁ । କେବଳ ପିସି କାରବାର ଚାଲିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଲୋକଙ୍କର ବିଭିନ୍ନ ସମସ୍ୟା କୁ ଦୂର କରିବାରେ ପୌରାଧ୍ୟକ୍ଷା ଅକ୍ଷମ ହୋଇଛନ୍ତି ବୋଲି କଂଗ୍ରେସ୍ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଯଦି ପୌର ପରିଷଦ ଲୋକଙ୍କ ସମସ୍ୟାକୁ ଦୂର ନ କରେ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ୍ ଚେତାବନୀ ଦେଇଛି
।
ଇଟିଭି ଭାରତ, ଝାରସୁଗୁଡ଼ା