ଦାଣ୍ଡିଆ ନୃତ୍ୟ କଲେ ବିଧାୟିକା ଦୀପାଳି ଦାସ - ଝାରସୁଗୁଡ଼ାରେ ଦାଣ୍ଡିଆ ନୃତ୍ୟ କଲେ ଦୀପାଳି ଦାସ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 24, 2023, 4:29 PM IST

ଝାରସୁଗୁଡ଼ା: ନବରାତ୍ରର ଶେଷ ରାତ୍ରିରେ ଦାଣ୍ଡିଆ ନୃତ୍ୟ କଲେ ବିଧାୟିକା ଦୀପାଳି ଦାସ ।  ମା' ଦୁର୍ଗା ମହିଷାସୁରକୁ ବଦ୍ଧ କଲା ଭଳି ବିକାଶ ରାସ୍ତାରେ ଛିଡ଼ା ରହିଥିବା ଲୋକଙ୍କୁ ହଟାଇ ଝାରସୁଗୁଡ଼ାର ବିକାଶ କରିବୁ କହିଲେ ଦୀପାଳି ।   

ଦଶହରାରେ ଜଗତମାତା ମା' ଦୂର୍ଗାଙ୍କ ୯ ଅବତାରକୁ ୯ ଦିନ ଧରି ଭିନ୍ନ ଭିନ୍ନ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଇଥାଏ ।  ମା'ଙ୍କ ଉପାସକମାନେ ଏହି ୯ ଦିନ ଧରି ମା'ଙ୍କୁ ପୂଜା କରିଥାନ୍ତି । ଏହି ସମୟରେ ଗୁଜୁରାଟି ସମାଜ ପକ୍ଷରୁ ନିଆରା ଢଙ୍ଗରେ ମା'ଙ୍କ ନବରାତ୍ର ପାଳନ କରାଯାଇଥାଏ । ୯ ଦିନ ଧରି ଗୁଜୁରାଟି ସମାଜ ପକ୍ଷରୁ ନବରାତ୍ରରେ ଡାଣ୍ଡିଆ ନୃତ୍ୟ କରାଯାଇଥାଏ । ଛୋଟ ଠାରୁ ବଡ଼ ସମସ୍ତେ ମା'ଙ୍କ ଭକ୍ତିରେ ମସଗୁଲ ହୋଇ ଏହି ଡାଣ୍ଡିଆ ନୃତ୍ୟ କରିଥାନ୍ତି । ତେବେ ଝାରସୁଗୁଡ଼ାର ଗୁଜୁରାଟୀ ପଡାଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ମିଶି ଏଠାରେ ଡାଣ୍ଡିଆ ନୃତ୍ୟ କରିଥାନ୍ତି । ଏନେଇ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ  ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ  ଏଠାରେ ଯୋଗଦେଇ ଡାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ ।  

ଏହା ମଧ୍ୟ ପଢ଼ନ୍ତୁ...ଦାଣ୍ଡିଆ ନାଚରେ ଦୁଲୁକୁଛି କଳାହାଣ୍ଡି, ନାଚିଲେ ମନ ଭରି ଉପଭୋଗ କଲେ

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.