କୌଳିକ ବୃତ୍ତିକୁ ଛାଡିନାହାନ୍ତି ନବୀନ, ପ୍ଲାଷ୍ଟିକ ଯୁଗରେ ତିଆରି କରୁଛନ୍ତି ଭଳିକି ଭଳି ସାମଗ୍ରୀ - potter family in balasore
🎬 Watch Now: Feature Video

Published : Sep 22, 2023, 9:40 PM IST
ବାଲେଶ୍ବର: ମାଟିକୁ ଚକଟି କୁମ୍ଭକାର ପ୍ରସ୍ତୁତ କରୁଛନ୍ତି ଚମକଦାର ସାମଗ୍ରୀ। କୌଳିକ ବୃତ୍ତିକୁ ଆପଣାଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିଲେ ବି ଏଥିରୁ ଭଲ ରୋଜଗାର ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି। କିଛି ସ୍ଥାନରେ ମାଟି ପାତ୍ର ବା ସାମଗ୍ରୀର ଚାହିଦା ବଢୁଥିବାବେଳେ ଖରା ଦିନରେ ସହରରେ ମାଟିର ତିଆରି କଳସ ଖୋଜା ପଡିଥାଏ। ସେହିପରି ମାଟି ସହ ମିଶି ମାଟିରେ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଥିବା ଜଣେ ମଣିଷ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଚିନ୍ତାମଣିପୁର ଗ୍ରାମର ନବୀନ ସେନାପତି
ନବୀନ ପ୍ରାୟ ୪୩ ବର୍ଷ ଧରି ମାଟି ସାହାଯ୍ୟରେ ସରେଇ, କଳସ, ସରା, ହାଣ୍ଡି, ଡାଳିଆ ଆଦି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରି ଆସୁଛନ୍ତି। ମାଟିରେ ସାମଗ୍ରୀ ତିଆରି କରିବା ପାଇଁ ସବୁ ସ୍ଥାନର ମାଟି ନୁହେଁ ବରଂ କିଛି ସ୍ଥାନର ସ୍ୱତନ୍ତ୍ର ମାଟିର ଆଵଶ୍ୟକତା ପଡ଼ିଥାଏ। ଯେଉଁଥିରେ ନବୀନ ଗଢି ଦିଅନ୍ତି ଅତି ସୁନ୍ଦର ସାମଗ୍ରୀ। ସାମଗ୍ରୀ ଗଢିବା ପରେ ସେସବୁକୁ ନେଇ ନବୀନ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ କିଛି ଲୋକଙ୍କ ଅର୍ଡର ମୁତାବକ ସେମାନଙ୍କୁ ବିକ୍ରି କରିଥାନ୍ତି।
ଏହା ବି ପଢନ୍ତୁ...ବାମ ହାତରେ ଚିତ୍ର ଆଙ୍କି ଚର୍ଚ୍ଚାରେ କୁନି ଝିଅ, ବିନା ପ୍ରଶିକ୍ଷଣରେ ସୋହାନିଙ୍କ ବିଚକ୍ଷଣ ପ୍ରତିଭା
ମାଟି ସାମଗ୍ରୀର ଚାହିଦା ବିଭିନ୍ନ ପୂଜାପର୍ବାଣିରେ ବଢୁଥିବା ବେଳେ ଏହି ସମୟରେ ଭଲ ଦୁଇ ପଇସା ରୋଜଗାର ହୋଇଥାଏ। ତେବେ ଆଜିର ପିଢ଼ି ଏଥିରୁ ମୁହଁ ଫେରାଇ ନେଉଥିବାବେଳେ ପ୍ଲାଷ୍ଟିକ ଯୁଗରେ ମାଟି ତିଆରି ସାମଗ୍ରୀ ଚାହିଦା କମୁଛି। ଏହାକୁ ବଞ୍ଚାଇ ରଖିବା ଏବେ କଷ୍ଟସାଧ୍ୟ ହୋଇ ପଡୁଛି। ଏଥିପାଇଁ ପ୍ରୋତ୍ସାହନ ସାଙ୍ଗକୁ ଏକ ସ୍ୱତନ୍ତ୍ର ବଜାର ତଥା ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ସଚେତନ କରାଇବାର ଆବଶ୍ୟକତା ରହିଛି।
ଇଟିଭି ଭାରତ, ବାଲେଶ୍ବର