Manipur Violence:ବିଜେପି ସରକାରରେ ନାରୀ ଅସୁରକ୍ଷିତ କହିଲା ମହିଳା କଂଗ୍ରେସ
🎬 Watch Now: Feature Video
ଢେଙ୍କାନାଳ: ମଣିପୁରରେ ଦଙ୍ଗା, ନାରୀ ନିର୍ଯାତନା, ଦୁର୍ଷ୍କମ ଭଳି କାର୍ଯ୍ୟକୁ ନେଇ ତାତିଲା ମହିଳା କଂଗ୍ରେସ । ଏହାର ପ୍ରତିବାଦରେ ଆଜି ଢେଙ୍କାନାଳ ମହିଳା କଂଗ୍ରେସ ନେତୃତ୍ୱରେ ଏକ ପ୍ରତିବାଦ ଶୋଭାଯାତ୍ରାରେ ଶତାଧିକ ମହିଳା କଂଗ୍ରେସ କର୍ମୀ ଓ ନେତା ସାମିଲ ହୋଇ ସହର ପରିକ୍ରମା କରିଛନ୍ତି । ପରେ କଂଗ୍ରେସ କର୍ମୀମାନେ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କେନ୍ଦ୍ର ବିଜେପି ସରକାର ବିରୁଦ୍ଧରେ ନାନା ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । କେନ୍ଦ୍ର ବିଜେପି ସରକାର ବେଟି ବଚାଓ ନାରା କେବଳ ମିଥ୍ୟା । ମଣିପୁରରେ ଶତାଧିକ ବେଟି ନିର୍ଯାତନାର ଶିକାର ହେଉଥିବା ବେଳେ ମୋଦି ସରକାର କହିଁକି ଚୁପ୍ ବିସିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଦେଶରେ ମହିଳା ବିଜେପି ସରକାର କାଳରେ ସମୂର୍ଣ୍ଣ ଅସୁରକ୍ଷିତ ହୋଇପଡିଥିବା ମଣିପୁର ଦଙ୍ଗା ତାର ଏକ ଜ୍ୱଳନ୍ତ ପ୍ରମାଣ ବୋଲି କଂଗ୍ରେସ ଜିଲ୍ଲା ସଭାନେତ୍ରୀ ସ୍ମିତାରାଣୀ ସାମଲ କହିଛନ୍ତି ।
ଇଟିଭି ଭାରତ, ଢେଙ୍କାନାଳ