କଳାହାଣ୍ଡିରେ ଜମୁଛି କଂସ ଦରବାର, ଜମୁଛି ଦର୍ଶକଙ୍କ ଭିଡ - dhanu yatra
🎬 Watch Now: Feature Video
Published : Jan 8, 2024, 9:28 PM IST
Dhanu Yatra: ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଠାରେ ଧନୁଯାତ୍ରା ଅନୁଷ୍ଠିତ । ମନ ଭରି ଉପଭୋଗ କରୁଛନ୍ତି ଦର୍ଶକ । ଉତ୍କେଲା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୭ ଦିନ ଧରି ଚାଲିବ ଧନୁଯାତ୍ରା ଉତ୍ସବ ଆରମ୍ଭ ହୋଇଛି । ପ୍ରଥମ ଦିନରେ କଂସ ଦରବାର ମହାରାଜା କଂସଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଛି । ଯାତ୍ରାର ପ୍ରଥମ ସନ୍ଧ୍ୟାରେ ରାଜ ଅତିଥି ଭାବରେ ସମାଜସେବୀ ତଥା ଡିଫାଇନ କଳାହାଣ୍ଡିର ସଭାପତି ମଧୁ ମହାନ୍ତି ଏବଂ ସାମ୍ବାଦିକ ବିକାଶ ଷଡ଼ଙ୍ଗୀ ଯୋଗ ଦେଇଥିଲେ । କଳାହାଣ୍ଡିର କଳା, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବାରେ ଏହି ଧନୁ ଯାତ୍ରା ଉତ୍ସବ ବେଶ୍ ସହାୟକ ହେବ ବୋଲି ଅତିଥିମାନେ କହିଛନ୍ତି । ପ୍ରଥମ ଦିନରେ ଉଗ୍ରସେନ ରାଜାଙ୍କୁ ସିଂହାସନରୁ ବିତାଡ଼ିତ କରିବା ସହ କଂସ ମହାରାଜଙ୍କ ରାଜୁତି ଆରମ୍ଭ ହୋଇଯାଇଛି । ସନ୍ଧ୍ୟା 7ରୁ 11 ଯାଏ ଧନୁଯାତ୍ରା ମଞ୍ଚସ୍ତ ହେଉଛି । ଧନଯାତ୍ରାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ମୀନା ବଜାରର ଆୟୋଜନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ......ଆସନ୍ତା 16ରେ ପ୍ରସିଦ୍ଧ ସୁଲିଆ ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ
ଇଟିଭି ଭାରତ , କଳାହାଣ୍ଡି