thumbnail

By

Published : Jul 24, 2023, 5:46 PM IST

ETV Bharat / Videos

କାଉଡିଆଙ୍କ ପାଦ ଧୋଇଦେଲେ ସୂର୍ଯ୍ୟବଂଶୀ ସୂରଜ, ସମସ୍ତେ କରୁଛନ୍ତି ପ୍ରଶଂସା

ଭଦ୍ରକ: ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଳଲାଗି କରିବା ପାଇଁ ଧାଡ଼ି ଲାଗିଥିଲା ହଜାର ହଜାର ମାନସିକଧାରୀ କାଉଡ଼ିଆ ଶ୍ରଦ୍ଧାଳୁଙ୍କର । ଯେଉଁଥିପାଇଁ ଭଦ୍ରକ- ଆରଡି ରାଜ୍ୟ ରାଜପଥ ସହିତ କୋଠାର- ଧାମନଗର ସଡ଼କ ଦିନ ତମାମ ଚଳଚଞ୍ଚଳ ହୋଇ ଉଠିଥିଲା । ବିଭିନ୍ନ ପ୍ରାନ୍ତରୁ ଆସୁଥିବା କାଉଡିଆମାନଙ୍କୁ ସେବା ଯୋଗାଇଦେବା ପାଇଁ କୋଠାର ଛକରେ ବିଜେପି ପକ୍ଷରୁ ଏକ ସ୍ଵତନ୍ତ୍ର ସେବାକେନ୍ଦ୍ର ଖୋଲାଯାଇଥିଲା । ଏହି କେନ୍ଦ୍ରରେ ଆଜି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଦୀର୍ଘ ସମୟ ଧରି ଉପସ୍ଥିତ ରହି କାଉଡିଆ ଭାଇ ଭଉଣୀ ଏବଂ ଶିଶୁ ମାନଙ୍କ ପାଦ ସେବା କରୁଥିବା ଦେଖିବାକୁ ମିଳିଥିଲା । ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

ବିଧାୟକ ସୂରଜ ଦୂର ଦୂରାନ୍ତରୁ ଆସୁଥିବା ବୋଲବମ୍ ଭକ୍ତମାନଙ୍କ ପାଦ ଧୋଇଦେବା ସହିତ ସେମାନଙ୍କ ଆଶୁ ଚିକିତ୍ସା ମଧ୍ୟ କରୁଥିଲେ । ସେ ରାସ୍ତାରେ ଛିଡ଼ାହୋଇ ପଥ କଷ୍ଟ ଲାଘବ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସେବାକେନ୍ଦ୍ରକୁ ସ୍ଵାଗତ କରୁଥିଲେ । ଏହାସହ ତାଙ୍କର ସହଯୋଗୀମାନଙ୍କ ସହ ମିଶି ଉଷୁମ ପାଣିରେ ସେମାନଙ୍କ ପାଦକୁ ବୁଡାଇ ମାଲିସ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏନେଇ ସେ କହିଛନ୍ତି, "ଜଣେ ବିଧାୟକ ଭାବେ ନୁହେଁ, ବରଂ ଜଣେ ସେବକ ଭାବରେ ଆମର ଆଧ୍ୟାତ୍ମିକ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ସେବା କରିବାକୁ ସର୍ବଦା ପ୍ରସ୍ତୁତ ।" ଜଣେ ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଯୁବ ବିଧାୟକଙ୍କୁ ପ୍ରଶଂସା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...Watch: ଶ୍ରାବଣ ତୃତୀୟ ସୋମବାର, ବେଦବ୍ୟାସ ପୀଠରେ ମହାଦେବକୁ ଜଳଲାଗି କଲେ କାଉଡିଆ

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.