ବଡଦାଣ୍ଡରେ ଜନ ସମୁଦ୍ର, ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ

By

Published : Jun 20, 2023, 4:08 PM IST

thumbnail

ପୁରୀ: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପୁରୀରେ ଆରମ୍ଭ ହୋଇଛି ବିଶ୍ୱନିୟନ୍ତାଙ୍କ ରଥଟଣା । ବଡ଼ଦାଣ୍ଡରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି । ଯାହାକୁ ନିୟନ୍ତ୍ରଣ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ପାଇଁ ତତ୍ପର ରହିଛି ପୁରୀ ପୋଲିସ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଆଶିଷ ସିଂ । "ତେବେ ଭକ୍ତଙ୍କ ଗହଳି ହେଉଛି ଭାବାବେଗର ଗହଳି । ବଡ଼ଦାଣ୍ଡରେ ଥିବା ଜନସମୁଦ୍ରରେ କିଭଳି ସୁରକ୍ଷିତ ଭାବେ ଭକ୍ତମାନେ ଦର୍ଶନ କରିପାରିବେ ସେଥିପାଇଁ ପ୍ରୟାସ ଚାଲିଛି ।" ଏହା କହିଛନ୍ତି ରାପିଡ ଆକ୍ସନ ଫୋର୍ସ କମାଣ୍ଡାଣ୍ଟ ନିଶିଥ କୁମାର। ଏହାସହ ଆଜିର ଏହି ପବିତ୍ର ଦିନରେ ଭିଡ଼ ନିୟନ୍ତ୍ରଣରୁ ଆରମ୍ଭ କରି ଭକ୍ତଙ୍କ ସୁରକ୍ଷା ଆଦି ସମସ୍ତ କାର୍ଯ୍ୟ ସୁରୁଖରରେ ଚାଲିଥିବା କହିଛନ୍ତି ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ । 
 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.