Tomato Tulabaram: କାହିଁକି ଭଗବାନଙ୍କୁ ଝିଅ ସହ 51 KG ଟମାଟୋ ଅର୍ପଣ କଲେ ଭକ୍ତ ?
🎬 Watch Now: Feature Video
ଅମରାବତୀ: ଦେଶରେ ଟମାଟୋ ଦର ବୃଦ୍ଧି ପାଇବା ପରେ କିଛି ଅଜବ ଘଟଣା ସାମ୍ନାକୁ ଆସୁଛି । କିଛି ଚାଷୀ ଟମାଟୋ ବିକ୍ରି କରି ରାତାରାତି କୋଟିପତି ହେଉଛନ୍ତି ତ କେଉଁଠି ଉପହାରରେ ମିଳୁଛି ଟମାଟୋ । ଅନ୍ୟ କେତେକ ଘଟଣାରେ ଲୁଟେରା ଚାଷୀଙ୍କୁ ସେମାନଙ୍କର କଷ୍ଟ ଉପାର୍ଜିତଟମାଟୋକୁ ଲୁଟ କରୁଛନ୍ତି। ହେଲେ ଏଠାରେ ଆନ୍ଧ୍ରପ୍ରଦେଶର ଅନାକାପଲ୍ଲି ଜିଲ୍ଲାର ନୁକାଲମ୍ମା ମନ୍ଦିରରେ ଭଗବାନଙ୍କୁ ଅର୍ପଣ କରାଯାଇଛି ଟମାଟୋ । ଏଠାରେ ତୁଲବରାମର ଏକ ପରମ୍ପରା ରହିଛି ।
ଏହି ରୀତିନୀତି ଅନୁସାରେ ଜଣେ ମହିଳା କିମ୍ବା ପୁରୁଷ ନିଜକୁ ଭଗବାନଙ୍କୁ ସମର୍ପି ଦେଇଥାନ୍ତି । ଏହି ସମୟରେ ଯେଉଁ ବ୍ୟକ୍ତି ନିଜକୁ ଭଗବାନଙ୍କୁ ଅର୍ପଣ କରିବାକୁ ଚାହାଁନ୍ତି ସେ ନିକିତିର ଗୋଟିଏ ପଟେ ବସୁଥିବା ବେଳେ ତାଙ୍କ ଓଜନ ସହିତ ନିକିତିର ଅନ୍ୟ ଭାଗରେ ଜିନିଷ ରଖାଯାଏ । ତାଙ୍କ ଓଜନ ସହିତ ତାହା ସମାନ ହେଲେ ଅର୍ପଣ କରାଯାଇଥିବା ଉକ୍ତ ଜିନିଷଙ୍କୁ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରାଯାଏ । ତେବେ ଏହି ମନ୍ଦିରରେ ଜଣେ ଭକ୍ତ ନିଜ ଝିଅକୁ ଭଗବାନଙ୍କୁ ଅର୍ପଣ କରିବା ସମୟରେ ନିକିତର ଅନ୍ୟ ପାର୍ଶ୍ବରେ ଟମାଟୋ ରଖିଥିଲେ । ଫଳରେ ପ୍ରାୟ 51 କେଜି ଓଜନର ଟମାଟୋ ସହିତ ତାଙ୍କ ଝିଅର ଓଜନ ସମାନ ହୋଇଥିଲା ।