ଚର୍ଚ୍ଚାରେ ସୁରଟର ରାମଭକ୍ତଙ୍କ କାର, ଶ୍ରୀରାମଙ୍କ ସହ ରାମ ମନ୍ଦିର ହୋଇଛି ଚିତ୍ରିତ - Sriram designed car
🎬 Watch Now: Feature Video


Published : Jan 16, 2024, 6:48 PM IST
Devotee from Surat decorates his car on the theme of Ram Temple, ସୁରଟ : ଆସନ୍ତା ୨୨ ତାରିଖ ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନଙ୍କ ପାଇଁ ମହତ୍ତ୍ବପୂର୍ଣ୍ଣ ଦିନ। ଏହି ଦିନ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଦିବସ ପାଳନ ହେବ । ଏହି ଦିନକୁ ବହୁ ଉତ୍କଣ୍ଠାର ସହିତ ଭକ୍ତମାନେ ଚାହିଁ ବସିଥିବା ବେଳେ ସମସ୍ତେ ନିଜ ନିଜ ଢଙ୍ଗରେ ଦିବସଟିକୁ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି। ଏହି କ୍ରମରେ ସୁରଟରେ ଦେଖା ଦେଇଛି ଭକ୍ତିମୟ ପରିବେଶ। ସୁରଟରେ ରହୁଥିବା ରବି ଖରାଡ଼ି ନାମକ ବ୍ୟକ୍ତି ନିଜର କାରକୁ ରାମମନ୍ଦିର ଥିମ୍ ରେ ସଜାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ରାମ ମନ୍ଦିର ପାଇଁ 400 କେଜିର ତାଲା
ଏହି କାର ଜରିଆରେ ସେ ଲୋକମାନଙ୍କୁ ରାମମନ୍ଦିର ନିର୍ମାଣ ତଥା ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଅଭିନନ୍ଦନ ଜଣାଉଛନ୍ତି। ଗୈରିକ ରଙ୍ଗର ଏହି କାରରେ ଭଗବାନ ରାମଚନ୍ଦ୍ର ଧନୁଶର ସହିତ ନଜର ଆସିଛନ୍ତି । କାରର ବନେଟ ଉପରେ ସାରଙ୍ଗ ଧନୁଧାରୀ ଶ୍ରୀରାମଙ୍କ ଚିତ୍ର, ନବନିର୍ମିତ ରାମ ମନ୍ଦିର ଓ ବଡ଼ ବଡ଼ ଅକ୍ଷରରେ ରାମ ଜନ୍ମଭୂମି ଅଯୋଧ୍ୟା ଲେଖା ଯାଇଛି । କାର ମାଲିକ ରବି କହିଛନ୍ତି, " ମୁଁ ଜଣେ ରାମ ଭକ୍ତ। ଏଥିପାଇଁ ମୁଁ ମୋର କାରଟିକୁ ଏପରି ସଜାଇଛି । ଏହି କାରକୁ ମୁଁ ଅଯୋଧ୍ୟା ନେଇକି ଯିବି।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ