thumbnail

By

Published : Aug 2, 2023, 5:43 PM IST

ETV Bharat / Videos

ବର୍ଷାର ବିତ୍ପାତ, ଖୋଲିଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର 3ଟି ଗେଟ

ଅନୁଗୋଳ: ବର୍ଷାର ବିତ୍ପାତ । ଖୋଲିଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର 3ଟି ଗେଟ୍‌ । ଅନୁଗୋଳରେ ଲଗାଣ ବର୍ଷା କାରଣରୁ ଜଳ ସେଚନ ପ୍ରକଳ୍ପର ତିନୋଟି ଗେଟକୁ ପର୍ଯ୍ୟାୟ କ୍ରମେ ଖୋଲା ଯାଇଛି ।  ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡେରାଜାଙ୍ଗ ଜଳ ସେଚନ ପ୍ରକଳ୍ପର ୩ଟି ଗେଟ୍‌ ଖୋଲା ଯାଇଛି । ଫଳରେ ସେକେଣ୍ଡ ପ୍ରତି ୧୧୪୨ କ୍ୟୁବିକ୍‌ ମିଟର ପାଣି ନିଷ୍କାସନ ହେଉଛି । ସେହିପରି ପ୍ରକଳ୍ପ ଭିତରକୁ ମଧ୍ୟ ପ୍ରତି ସେକେଣ୍ଡରେ ପ୍ରାୟ ୧୧୪୨ କ୍ୟୁବିକ ମିଟର ପାଣି ପ୍ରବେଶ କରୁଛି । ପ୍ରକଳ୍ପର କ୍ଷମତା ୧୪୯.୭ ମିଟର ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ଜଳସ୍ତର ସେତିକି ରହିଛି । ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ତେଣୁ ଆଉ ଗୋଟିଏ ଗେଟ୍‌ ଖୋଲିବାକୁ ଯୋଜନା ଚାଲିଛି । ତେବେ ଏତେ ପାଣି ନିଷ୍କାସନ ହେଉଥିବାରୁ ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରାଜୋଡି, ହୁଳୁରୁସିଂହା ଏବଂ ଲିଙ୍ଗରା ନାଳ କୂଳରେ ଥିବା ଅନେକ ଗାଁ ପ୍ରତି ବିପଦ ରହିଛି । ତେଣୁ ବିଭାଗ ତରଫରୁ ଲୋକଙ୍କୁ ସତର୍କ କରା ଯାଉଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । 

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.