ଢେଙ୍କାନାଳରେ ଉତ୍କଳ ଦିବସ ଓ ରାଜ୍ୟ ଆରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ - ଉତ୍କଳ ଦିବସ
🎬 Watch Now: Feature Video
ଢେଙ୍କାନାଳ: ଆଜିର ଦିନରେ ନିଜ ପରିଚୟ ପାଇଥିଲା ଓଡ଼ିଶା । ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଏବଂ ନିଜ ଗୌରବକୁ ଫେରିପାଇଥିଲା । ସାରା ରାଜ୍ୟରେ ବେଶ ଧୁମଧାମରେ ପାଳନ କରାଯାଇଛି ଉତ୍କଳ ଦିବସ । ଢେଙ୍କାନାଳରେ ଉତ୍କଳ ଦିବସ ଅବସରରେ ରାଜ୍ୟ ଆରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉତ୍ସବର ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ପୋଲିସ ଓ ପବ୍ଲିକ ମଧ୍ୟରେ ସୁସମ୍ପର୍କ ଓ ବିଶ୍ୱାସଭାଜନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ । ଏହି ଅବସରରେ ନିଜର କାର୍ଯ୍ୟଦକ୍ଷତା ପାଇଁ ପୁଲିସ କର୍ମଚାରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲାପାଳ ସରୋଜ ସେଠି ସମେତ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାର ସମସ୍ତ ପୁଲିସ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସମାରୋହରେ ପାଳିତ ହୋଇଛି ଉତ୍କଳ ଦିବସ । ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ବାଜିଚୌକି ଠାରେ ପହଁଞ୍ଚିବା ପରେ ବାଜିରାଉତଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟ ଅର୍ପଣ କରାଯାଇଥିଲା ।
ଇଟିଭି ଭାରତ, ଢେଙ୍କାନାଳ