ଦାବି ଶୁଣିଲେ ସରକାର, ମୂରଲୀ ଜୋରରେ ନିର୍ମାଣ ହେବ ଜଳାଶୟ - ଭବାନୀପାଟଣାରେ ୪୧ କୋଟି ୨୫ ଲକ୍ଷ୍ୟ ଟଙ୍କାର ପ୍ରଜେକ୍ଟ
🎬 Watch Now: Feature Video
Published : Dec 5, 2023, 10:21 PM IST
ଭବାନୀପାଟଣା: ଦିନ ଥିଲା ଅଭାବ ଓ ଅନାଟନକୁ ନେଇ ଚର୍ଚ୍ଚାରେ ରହି ଆସୁଥିଲା । ଏବେ ସେହି ଜିଲ୍ଲା ସାରା ରାଜ୍ୟକୁ ଅନ୍ନ ଯୋଗାଉଛି । ଚାଷ କ୍ଷେତ୍ରରେ ହୋଇଛି ଅନେକ ପରିବର୍ତ୍ତନ । ମୂରଲୀ ଜୋର୍ ଠାରେ ନଦୀଗର୍ଭ ଜଳାଶୟ ନିର୍ମାଣ କରିବା ପାଇଁ ୪୧ କୋଟି ୨୫ ଲକ୍ଷ୍ୟ ଟଙ୍କା ମଞ୍ଜୁର ଘୋଷଣା ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ବିକାଶ ନାକ୍ସାରେ କଳାହାଣ୍ଡି ଯୋଡ଼ି ହେବା ପରେ ଚାଷ କ୍ଷେତ୍ରରେ ହୋଇଛି ଅନେକ ପରିବର୍ତ୍ତନ । ପ୍ରତ୍ୟେକ ବର୍ଷ ମରୁଡି ସହି ଆସୁଥିବା ଜିଲ୍ଲା ଏବେ ଖରିପ ଓ ରବି ଧାନ ଉତ୍ପାଦନ ହେଉ ଅବା ଡାଲି ଜାତୀୟ ଶସ୍ୟ, ଚାଷ ଉତ୍ପାଦନରେ କ୍ଷେତ୍ରରେ ଆଗେଇ ଚାଲିଛି । ଆଉ ଏବେ ମୂରଲୀ ଜୋର୍ ଠାରେ ଜଳାଶୟ ନିର୍ମାଣ ନେଇ ଘୋଷଣା କରିବା ପରେ ଅଞ୍ଚଳର ଚାଷୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାର ଭବାନୀପାଟଣା ବ୍ଲକର ଅଧିକାଂଶ ଅଞ୍ଚଳ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ବର୍ଷା ପାଣିକୁ ଭରସା କରି ଚାଷୀ ଚାଷ କାମ କରିଥାନ୍ତି । ଯାହା ଫଳରେ ଅନେକ ସମୟର ମରୁଡିର ଚିତ୍ର ସାମ୍ନାକୁ ଆସିଥାଏ । ଗତ ମେ ମାସ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କଳାହାଣ୍ଡି ଗ୍ରସ୍ତରେ ଆସିଥିଲେ 5T ଅଧକ୍ଷ ଭିକେ ପାଣ୍ଡିଆନ । ସେହି ସମୟର ଚାଷୀ ମୂରଲୀ ଜୋର୍ ଠାରେ ଏକ ଡ୍ୟାମ ନିର୍ମାଣ ନେଇ ଅଧକ୍ଷଙ୍କ ନିକରେ ଦାବି କରିବା ସହ ସମସ୍ୟାକୁ ଲିଖିତ ଭାବରେ ଜଣାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ଦାବିରେ ମୃତ ଶ୍ରମିକଙ୍କ ପରିବାରର ଆମରଣ ଅନଶନ
ଆଉ ଏହି ଦାବି ଏବେ ପୁରାଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂରଲୀ ଜୋର୍ ଠାରେ ନଦୀଗର୍ଭ ଜଳାଶୟ ନିର୍ମାଣ କରିବା ନେଇ ଘୋଷଣା କରିବା ସହ ୪୧ କୋଟି ୨୫ ଲକ୍ଷ୍ୟ ଟଙ୍କା ମଞ୍ଜୁର କରିଛନ୍ତି । ଯେଉଁଥିରେ ନଦୀ ଗର୍ଭ ଜଳାଶୟ ନିର୍ମାଣ ହେଲେ ଅଞ୍ଚଳରେ ଚାଷୀ ଦୁଇ ଫସଲି ଚାସ କରି ପାରିବେ । ଏହି ଘୋଷଣା ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଏହି ପ୍ରକଳ୍ପ ନିର୍ମାଣ ହେଲେ ଭବାନୀପାଟଣା ବ୍ଲକର ୨୦ରୁ ଉର୍ଦ୍ଧ୍ବ ପଞ୍ଚାୟତର ଚାଷୀଙ୍କ ଜମିକୁ ସୁବିଧା ହୋଇପାରିବ ।
ଇଟିଭି ଭାରତ, କଳାହାଣ୍ଡି