ମକର ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ ତିଲକୁଟ, ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ - ତିଲକୁଟ ମିଠା
🎬 Watch Now: Feature Video
Published : Jan 14, 2024, 8:32 PM IST
Delicious Tilkut Sweet: ରାଉରକେଲା: ରାତି ପାହିଲେ ମକର ସଂକ୍ରାନ୍ତି । ମକର ପର୍ବ ଯେତିକି ପାଖେଇ ଆସୁଛି ରାଉରକେଲା ସହରରେ ସେତିକି ଉତ୍ସାହର ସହ ପ୍ରସ୍ତୁତି ଚାଲିଛି । ମକର ଉତ୍ସବରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ବଜାରରେ ଖଚାଖଚ ଭିଡ଼ ଲାଗି ରହିଛି । ଏହି ସବୁ ପ୍ରସ୍ତୁତି ମଧ୍ୟରେ ଏକ ମିଷ୍ଟାନ୍ନ ସାମଗ୍ରୀ ନଜରକୁ ଆସୁଛି ତାହା ହେଉଛି ତିଲକୁଟ୍ (ରାଶିରୁ ପ୍ରସ୍ତୁତ ଏକ ପ୍ରକାର ମିଠା) । ଏଥିପାଇଁ ରାଉରକେଲା ସହରରେ ଚାଲିଛି ତିଲକୁଟ ପ୍ରସ୍ତୁତି । ରାଶି ଏବଂ ଚିନି ଓ ଗୁଡ଼ ମିଶ୍ରଣରେ ଏହା ପ୍ରସ୍ତୁତ କରାଯାଏ । ବିଶେଷ କରି ହିନ୍ଦୀଭାଷୀ ଅଞ୍ଚଳରେ ଏହି ତିଲକୁଟ୍ ମକର ସଂକ୍ରାନ୍ତି ଦିନ ପୂଜାରେ ଲାଗିଥାଏ ।
ତେବେ ମକର ସଂକ୍ରାନ୍ତି ଅବସରରେ ରାଉରକେଲାର ବାସିନ୍ଦାମାନେ ଏହି ତିଲକୁଟକୁ କିଣୁଛନ୍ତି । ସଂକ୍ରାନ୍ତି ପୂର୍ବର ବ୍ୟସ୍ତବହୁଳ ରାଉରକେଲା ବଜାରରେ ତିଲକୁଟର ବିକ୍ରି ଜୋରସୋରରେ ଆରମ୍ଭ ହୋଇଛି । ମକର ସଂକ୍ରାନ୍ତିରେ ତିଲକୁଟ ରାଉରକେଲାବାସୀଙ୍କ ମନକୁ ଛୁଇଁଛି । ପାରମ୍ପରିକ ଭାବେ ପ୍ରସ୍ତୁତ ଏହି ତିଲକୁଟଗୁଡିକ ଉତ୍ସବର ଉତ୍ସାହକୁ ଏକ ଅନନ୍ୟ ସ୍ପର୍ଶ ପ୍ରଦାନ କରିଥାଏ । ଏହି ତିଲକୁଟ ନିର୍ମାଣ ଲାଗି ରାଉରକେଲା ସମେତ ରାଜ୍ୟ ବାହାରୁ ପ୍ରତିବର୍ଷ କାରିଗରମାନେ ଆସି ତିଲକୁଟ ପ୍ରସ୍ତୁତ କରିଥାନ୍ତି । ରାଶି ଏବଂ ଚିନିକୁ ମିଶ୍ରଣ କରି ପାଗ କଲା ପରେ ଏହାକୁ କୁଟା ଯାଇଥାଏ । ପରେ ଏହାକୁ କୁଟି ଏକ ପିଠା ଆକାର ଦିଆଯାଇଥାଏ । ଏହାକୁ ପ୍ୟାକିଂ କରାଯାଇ ବିକ୍ରି କରାଯାଇଥାଏ । ରାଶି ଓ ଚିନି ବା ଗୁଡ଼ର ଏହି ବିଶେଷ ମିଶ୍ରଣ ବିଶେଷ କରି ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ବିଶେଷ ପ୍ରାଧାନ୍ୟ ଲାଭ କରିଛି, ଯେଉଁଠି ସଂକ୍ରାନ୍ତି ଦିନ ଏହାକୁ ପୂଜା ପାଇଁ ବ୍ୟବହାର କରାଯାଏ ।
ଏହା ମଧ୍ୟ ପଢ଼ନ୍ତୁ.....ଷ୍ଟିଲସିଟିରେ ମକର ମହୋତ୍ସବ, ନୃତ୍ୟ ଗୀତରେ ଝୁମିଲେ ଲୋକେ
ଇଟିଭି ଭାରତ, ସୁନ୍ଦରଗଡ଼