Watch Video: ସାଜସଜ୍ଜାରେ ଲାଗିଲା 2 ଟନ୍ ଅଙ୍ଗୁର, ଝଲସିଲେ ପ୍ରଭୁ ଗଜାନନ

By

Published : Mar 11, 2023, 8:08 PM IST

thumbnail

ମୁମ୍ବାଇ: ମହାରାଷ୍ଟ୍ରର ଦଗଡୁସେଠ ଗଣେଶ ମନ୍ଦିରରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାୟ ୨୦୦୦କେଜି ଅଙ୍ଗୁରରେ ମନ୍ଦିର ଓ ପ୍ରଭୁ ଗଣେଶଙ୍କୁ ସଜ୍ଜିତ କରିବାରେ ବିନିଯୋଗ ହୋଇଛି । ଏହି ଅଙ୍ଗୁର ସାଜସଜ୍ଜା ମନ୍ଦିରର ଶୋଭାକୁ ଦ୍ବିଗୁଣିତ କରିଛି । ଆଜି ସଙ୍କଷ୍ଟି ଚତୁର୍ଥୀ ଅବସରରେ ପୁଣେ ସ୍ଥିତ ଦଗଡୁସେଠ ଗଣେଶ ମନ୍ଦିରରେ ଏହି ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତିବର୍ଷ ଏହି ଦିନ ଏଠାରେ ଉତ୍ସବ ପାଳିତ ହୋଇଥାଏ । ଦଗଡୁସେଠ ହଲୱାଇ ଗଣେଶ ଟ୍ରଷ୍ଟ ପକ୍ଷରୁ ଏହାର ଆୟୋଜନ କରାଯାଇଥାଏ । ମନ୍ଦିରର ପ୍ରବେଶ ଦ୍ବାର ଓ ଗଜାନନଙ୍କ ଚତୁଃପାର୍ଶ୍ବରେ କଳା ଓ ସବୁଜ ଅଙ୍ଗୁର ଦ୍ବାରା ସୁସଜ୍ଜିତ କରାଯାଏ । ଏଠାରେ ସାଜସଜ୍ଜା ଲାଗି ବ୍ୟବହାର ହେଉଥିବା ଅଙ୍ଗୁର ଅର୍ଗାନିକ ହୋଇଥାଏ । ଏହାର ଉତ୍ପାଦନରେ କୌଣସି ପ୍ରକାର ରାସାୟନିକ ପଦାର୍ଥର ଉପଯୋଗ କରାଯାଇନଥାଏ । ନାଶିକରୁ ଆସିଥାଏ ଏହି ଅଙ୍ଗୁର । ମନ୍ଦିରରେ ପାଳିତ ହେଉଥିବା ଏହି ଉତ୍ସବ ଅବସରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି ଉତ୍ସବ 'ଗ୍ରେପ୍ସ ଫେଷ୍ଟିଭାଲ ବା ଅଙ୍ଗୁର ଉତ୍ସବ' ନାମରେ ଜଣାଶୁଣା ଥିବା ବେଳେ ସାଜସଜ୍ଜାରେ ଲାଗିଥିବା ଅଙ୍ଗୁରକୁ ଶ୍ରଦ୍ଧାଳୁ, ବୃଦ୍ଧାଶ୍ରମ, ଅନାଥ ଆଶ୍ରମରେ ପ୍ରସାଦ ଆକାରରେ ବଣ୍ଟନ କରାଯାଏ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.