ମାଡି ଆସୁଛି ବାତ୍ୟା ମିଗଜୋମ୍, ଲ୍ଯାଣ୍ଡଫଲ ପୂର୍ବରୁ ଆନ୍ଧ୍ରରେ ତାଣ୍ଡବ - ମାଡି ଆସୁଛି ବାତ୍ୟା ମିଗଜୋମ୍

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 5, 2023, 9:41 AM IST

ଅମରାବତୀ: ମାଡି ଆସୁଛି ବାତ୍ୟା ମିଗଜୋମ୍ । ଲ୍ୟାଣ୍ଡଫଲ ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ତାଣ୍ଡବ ରଚିଲାଣି ଏହି ସାମୁଦ୍ରିକ ଝଡ । ଆଜି ଏହା ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳର ନେଲ୍ଲୋର ଏବଂ ମଚ୍ଛିଲପାଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଏହାର ପ୍ରଭାବରେ  ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ବର୍ଷା ଜାରି ରହିଛି । ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢି ଚାଲିଛି । ଏହାର ପ୍ରଭାବରେ କିଛି ସ୍ଥାନରେ ବଡ ବଡ ଖୁଣ୍ଟ ଉପୁଡି ପଡିଥିବା ବେଳେ ଅନେକ ସ୍ଥଳଭାଗ ଜଳ ମଗ୍ନ ହୋଇଛି । ଘର ବାହାରକୁ ବାହାରିବାକୁ ମଧ୍ୟ ଲୋକେ ଭୟ କରୁଛନ୍ତି ।  ଆନ୍ଧ୍ରପ୍ରଦେଶ ସାଙ୍ଗକୁ ତାମିଲନାଡ଼ୁ ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ପାଣିରେ ଉବୁଟୁବୁ ହେଉଛି ଏହି ଦୁଇ ରାଜ୍ୟ । ମିଗଜୋମର ଲ୍ୟାଣ୍ଡଫଲ ସମୟରେ ପବନର ବେଗ  ୧୧୦ କିମି ରହିପାରେ । 

ଏହା ମଧ୍ୟ ପଢନ୍ତୁ-  ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ମିଗଜୋମ୍ ! ଓଡ଼ିଶାରେ ପ୍ରବଳ ବର୍ଷା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.