କୋରାପୁଟରେ ବାତ୍ୟା ମିଗଜୋମ ପ୍ରଭାବ, ଖସିଲା ପଥର ଉଜୁ଼ଡିଲା ଫସଲ - ବାତ୍ୟା ମିଗଜୋମ ପ୍ରଭାବ
🎬 Watch Now: Feature Video
Published : Dec 7, 2023, 7:40 AM IST
|Updated : Dec 7, 2023, 7:47 AM IST
କୋରାପୁଟ: ଜିଲ୍ଲାରେ ବାତ୍ୟା ମିଗଜୋମର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ବ୍ଲକରେ ଜନଜୀବନ ବାଧାପ୍ରାପ୍ତ ହୋଇଛି l ମିଗଜୋମ ପ୍ରଭାବରେ କୋରାପୁଟ ଜ଼ିଲ୍ଲାର ପଟ୍ଟାଙ୍ଗି ବ୍ଲକରେ 24ଘଣ୍ଟା ମଧ୍ୟରେ ସର୍ବାଧିକ 106 ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କୋରାପୁଟ ଜ଼ିଲ୍ଲାର 14 ଗୋଟି ବ୍ଲକରୁ ପଟ୍ଟାଙ୍ଗି ବ୍ଲକରେ ଗୋଟିଏ ଘର ଭାଙ୍ଗିଥିବା ବେଳେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ମାଡକାରଠାରେ ପାହାଡ଼ରୁ କିଛି ପଥର ଖସି ଥିବା ଦେଖିବାକୁ ମିଳିଛି l ପାହାଡ଼ରୁ ଖସିଥିବା ପଥରକୁ ଏବେ ରାସ୍ତାରୁ ହଟାଇ ଦିଆଯାଇଛି । କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ପାଇଁ ଜ଼ିଲ୍ଲାର ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀମାନଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦିଆ ଯିବା ପାଇଁ ଯୋଜନା ଥିବା ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଜଣାଇଛନ୍ତି । ପଟ୍ଟାଙ୍ଗିରେ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ବ୍ଲକରେ ଆଂଶିକ ବର୍ଷା ହୋଇଥିଲା l ଜ଼ିଲ୍ଲାରେ ଝିପିଝିପି ବର୍ଷା ଜାରି ରହିଛି l କୋରାପୁଟ ଜ଼ିଲ୍ଲାରେ ସେମିତି କିଛି ବଡ଼ ଧାରଣର କ୍ଷୟକ୍ଷତି ହୋଇନାହିଁ । ବର୍ତ୍ତମାନ ବାତ୍ୟା ମିଗଜୋମ ଦୁର୍ବଳ ହୋଇ ଛତିଶଗଡ ମୁହାଁ ହୋଇଛି ।
ଏହା ବି ପଢନ୍ତୁ...ଛତିଶଗଡ଼ ମୁହାଁ ମିଗଜୋମ: ରାଜ୍ୟରେ ୩ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ
ଇଟିଭି ଭାରତ, କୋରାପୁଟ