thumbnail

By

Published : Jun 11, 2023, 5:40 PM IST

ETV Bharat / Videos

Cyclone 'Biparjoy': 15 ମଧ୍ୟାହ୍ନ ସୁଦ୍ଧା ସୌରାଷ୍ଟ୍ର- କଚ୍ଚ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ଧାରଣ କରିସାରିଛି । ଏହା ଏବେ କେନ୍ଦ୍ରୀୟ ଆରବ ସାଗରରେ ପୋରବନ୍ଦରଠାରୁ 450 କି.ମି ଦୂରରେ ରହିଥିବା ବେଳେ ଉତ୍ତର-ପୂର୍ବ ଦିଗରେ ଗୁଜୁରାଟ ଉପକୂଳ ଆଡକୁ ଗତି କରୁଛି । ଶେଷ ଆକଳନ ଅନୁସାରେ, ଏହା 15 ତାରିଖ (ଗୁରୁବାର) ମଧ୍ୟାହ୍ନ ସୁଦ୍ଧା ଗୁଜୁରାଟର ସୌରାଷ୍ଟ୍ର-କଚ୍ଚ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସର୍ବାଧିକ ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । 

ଲ୍ୟାଣ୍ଡଫଲ୍‌ କରିବା ବେଳେ ପବନର ବେଗ ସର୍ବାଧିକ 125ରୁ 135 କି.ମି ମଧ୍ୟରେ ରହିବା ସହ ସ୍ଥଳ ବିଶେଷରେ ଏହା ଘଣ୍ଟା ପ୍ରତି 150 କି.ମି ଅତିକ୍ରମ ମଧ୍ୟ କରିପାରେ । ଏହାର ପ୍ରଭାବରେ ପ୍ରବଳ ପବନ ସହ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବା ସହ ଗଭୀର ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଥିବା ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଅନ୍ୟପଟେ ପାଣିପାଗ ସୂଚନା ଅନୁସାରେ, ଗୁଜୁରାଟ ସରକାର ମଧ୍ୟ ସ୍ଥାନାନ୍ତରଣ, ରେସ୍କ୍ୟୁ ଓ ରିଲିଫ୍‌ ପାଇଁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.