Cyber Safety: ସାଇବର ସଚେତନତା ଗୀତ ଗାଇଲେ ପୋଲିସ ଅଧିକାରୀ

By ETV Bharat Odisha Team

Published : Oct 7, 2023, 12:46 PM IST

thumbnail

କଟକ: ଗୀତ ଗାଇଲେ ପୋଲିସ ବାବୁ । ମ୍ୟୁଜିକ ଧୂନରେ ଷ୍ଟୁଡିଓରେ ପୋଲିସ ଅଧିକାରୀ ଗୀତ ଗାଇଲେ । ରାଜ୍ୟରେ ବଢୁଥିବା ସାଇବର ଠକେଇ ସମ୍ପର୍କରେ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ କଟକର ମିଲନ୍ ଷ୍ଟୁଡିଓରେ ଏକ ଗୀତ ରେକର୍ଡିଂ ହୋଇଛି । 'ଆସ ହେବା ସଚେତନ, ବିଶ୍ବବ୍ୟାପୀ ମାତିଛନ୍ତି ସାଇବର ସଇତାନ' ଏପରି ଏକ ଲେଖାକୁ ନେଇ ପ୍ରସ୍ତୁତ ହୋଇଥିବା ଗୀତରେ କଣ୍ଠଦାନ କରିଛନ୍ତି କଟକର ଏସିପି କୃଷ୍ଣଚନ୍ଦ୍ର ସେଠୀ । ନିଜେ ଏହି ଗୀତକୁ ଲେଖିଥିବା ବେଳେ ସ୍ବର ସଂଯୋଜନା କରିଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । 

ଏହାମଧ୍ୟ ପଢନ୍ତୁ: ରାଜ୍ୟରେ ଗଡିଲା ସାଇବର ସଚେତନତା ରଥ, ଠକାମୀର ଶିକାର ହେବାରୁ ବର୍ତ୍ତିବାକୁ କରିବ ସଚେତନ

ଏହି ଗୀତରେ କଟକର ଅନ୍ୟ ଏସିପିମାନେ କୋରସ୍ ଗାଇଥିବା ବେଳେ ମହିଳା ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଏପରି ଗୀତ ମାଧ୍ୟମରେ ସାଇବର ଠକେଇ ସମ୍ପର୍କରେ ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରାଯିବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଅନ୍ୟପଟେ ଏହିି ସଙ୍ଗୀତର ଶୁଭମୁକ୍ତି କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । କଟକ ଯୋବ୍ରା ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସିଡିର ଶୁଭମୁକ୍ତି ହୋଇଛି । ତେବେ ଦିନକୁ ଦିନ ସାଇବର ଅପରାଧ ବଢୁଥିବା ବେଳେ ଏ ଦିଗରେ ଲୋକମାନେ ସଚେତନ ହେବା ପାଇଁ ଏହି ସଙ୍ଗୀତ ପ୍ରସ୍ତୁତ ହୋଇଥିବା କହିଛନ୍ତି କମିଶନର ।
 

ଇଟିିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.