ହାଇଦ୍ରାବାଦ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଫିଲ୍ମ 'ଫତେହ' ସିନେମା ହଲରେ ମୁକ୍ତିଲାଭ କରିଛି । ଏହି ଆକ୍ସନ ଫିଲ୍ମରେ ସୋନୁଙ୍କ ସହ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମ ସହ ସୋନୁ ସୁଦ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି । ଏଥିସହ ଅଭିନେତା ନିଜେ ଏହି ଫିଲ୍ମ ଲେଖିବା ସହ ନିର୍ମାତା ମଧ୍ୟ ଅଟନ୍ତି । ତେବେ ଏହି ଫିଲ୍ମ ଆଜି ରିଲିଜ ହୋଇଥିବା ବେଳେ ରାମ ଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର' ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏପରି ସମୟରେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ସୋନୁ ସୁଦ ଟିକେଟ ମୂଲ୍ୟ ହ୍ରାସ କରିଛନ୍ତି । ମାତ୍ର ଏତିକି ଟଙ୍କାରେ ଦେଖିପାରିବେ ଫିଲ୍ମ, ଜାଣନ୍ତୁ କେତେ ଟିକେଟ ମୂଲ୍ୟ ?
ମାତ୍ର ଏତିକି ଟଙ୍କାରେ ଦେଖିପାରିବେ 'ଫତେହ'
ସୋନୁ ସୁଦ ଟିକେଟ୍ ମୂଲ୍ୟ ସମ୍ପର୍କରେ ଏକ ଘୋଷଣା କରିଛନ୍ତି। ଯାହା ଯୋଗୁଁ ଅନେକ ଲୋକ ଫିଲ୍ମ ଦେଖିବାକୁ ଯିବେ। ସୋନୁ ସୁଦ ପ୍ରଥମ ଦିନରେ 'ଫତେହ' ଟିକେଟର ମୂଲ୍ୟ ହ୍ରାସ କରିଛନ୍ତି । ଆପଣ ମାତ୍ର 99 ଟଙ୍କାରେ ଏହି ସିନେମା ଦେଖିପାରିବେ। ସୋନୁ ସୋସିଆଲ ମିଡିଆରେ ପୋଷ୍ଟ କରି ସିନେମାର ଟିକେଟ୍ ରିହାତି ବିଷୟରେ ସୂଚନା ସେୟାର କରି ଲେଖିଛନ୍ତି, 'ଚାଲ ଶୋ ଆରମ୍ଭ କରିବା । ଆଜି ମାତ୍ର 99 ଟଙ୍କାରେ ସବୁଠାରୁ ବଡ଼ ଆକ୍ସନ୍ ସିନେମା ଦେଖନ୍ତୁ। ତୁମର ଟିକେଟ୍ ବୁକ୍ କର ।'
#Fateh is an adrenaline-packed action extravaganza! Sonu Sood shines in his directorial debut, delivering breathtaking action sequences and a gripping storyline. Taking on the triple role of director, actor, and writer, Sonu proves his versatility and brilliance. Jacqueline… pic.twitter.com/hT9r8HzvBn
— 𝓡𝓪𝓿𝓲𝓷𝓭𝓮𝓻 𝓝𝓪𝓭𝓱𝓸𝓻𝓲 (@ravi20noi) January 10, 2025
#Fatehreview
— VASU KAPOOR (@moviereview1684) January 10, 2025
Till the interwal
Intresting Plot, Class Appealing Storyline and Action, Screenplay is Smooth @SonuSood is Just Fantastic 💯🔥
.#Fateh #FatehAt99 #SonuSood
'ଫତେହ' ରିଭ୍ୟୁ
ଫିଲ୍ମକୁ ନେଇ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ରହିଛି । ଅନେକ ଲୋକ ଫିଲ୍ମର ଆକ୍ସନ୍ ସିକ୍ୱେନ୍ସକୁ ପ୍ରଶଂସା କରିଛନ୍ତି ତ ଆଉ କେତେକ ଅନୁଭବ କରିଛନ୍ତି ଯେ ଏହାର କିଛି ଅଂଶ ସୁଧାର ହେବାର ଥିଲା । ଜଣେ ୟୁଜର ଲେଖିଛନ୍ତି: "କାହାଣୀ ଟିକେ ଧୀମା ରହିଛି । ଭାବପ୍ରବଣତାକୁ ଜାଗ୍ରତ କରିବାକୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ, ଏହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଏପର୍ଯ୍ୟନ୍ତ ଆକ୍ସନ ସିନ ଗୁଡ଼ିକ ଭଲ ଅଛି, କିନ୍ତୁ ମୁଁ ଅଧିକ ଆକ୍ସନ ସିନ ଆଶା କରିଥିଲି । ମୁଁ ଆଶା କରୁଛି ଦ୍ୱିତୀୟ ଭାଗ ଆହୁରି ଭଲ ହେବ । ଆଉ ଜଣେ ଲେଖିଛନ୍ତି, ସୋନୁ ସୁଦ ଜଣେ ଅଭିନେତା, ନିର୍ଦ୍ଦେଶକ ଏବଂ ଲେଖକ ଭାବରେ ତାଙ୍କର ବହୁମୁଖୀ ପ୍ରତିଭା ଭଲଭାବେ ଦେଖିବାକୁ ମିଳିଛି । ଅନ୍ୟ ଜଣେ ଲେଖିଛନ୍ତି, ସମସ୍ତ ଅଭିନେତା ଚମତ୍କାର ଅଭିନୟ କରିଛନ୍ତି । ଏହା ଆକ୍ସନ ପ୍ରେମୀଙ୍କ ପାଇଁ ଦେଖିବା ଉଚିତ ସିନେମା ।
#FATEH THRILLS WITH ACTION & HEART! #SONUSOOD'S DIRECTORIAL DEBUT HITS HARD, TACKLING #CYBERCRIME WITH GRIT & EMOTION. STELLAR ACTING BY #VIJAYRAAZ, #NASEERUDDIN SHAH. DON'T MISS THIS!
— Manjeet Gulati (@mgviasocial) January 10, 2025
RATING: ⭐️⭐️⭐️⭐️/ 5#FATEHREVIEW #BOLLYWOOD #JACQUELINEFERNANDEZ pic.twitter.com/NuwHJjglQH
ଏହା ମଧ୍ୟ ପଢନ୍ତୁ: 'ସୋନୁ ସୁଦ ଲେଖିବେ ନୂଆ ରାମାୟଣ', ଏମିତି କାହିଁକି କହିଲେ କଙ୍ଗନା...
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ