Cyber safety awareness: ‘ସତର୍କତା ସାଇବର କ୍ରାଇମରୁ ସୁରକ୍ଷିତ ରହିବାର ମୂଳମନ୍ତ୍ର’

By ETV Bharat Odisha Team

Published : Oct 14, 2023, 7:30 PM IST

thumbnail

କେନ୍ଦୁଝର: ଦିନକୁ ଦିନ ସାଇବର କ୍ରାଇମ ସଂଖ୍ୟା ବୃଦ୍ଧି ପାଉଛି । ନୂତନ ପ୍ରଣାଳୀରେ ସାଇବର ଠକ ମାନେ ବିଭିନ୍ନ ପ୍ରକାରରେ ସାଧାରଣ ଲୋକଙ୍କୁ ଭକୁଆ ବନେଇ ଠକୁଛନ୍ତି । ସଚେତନତା ଅଭାବରୁ ଗରିବ ହେଉକି ଧନୀ ମୁର୍ଖ ହେଉକି ପାଠୁଆ ଏଭଳି ସାଇବର ଠକଙ୍କ ହାବୁଡ଼ରେ ପଡ଼ି ନିଜ କଷ୍ଟାଉପାର୍ଜିତ ଧନ କ୍ଷତି କରୁଛନ୍ତି । ଏହି ସାଇବର କ୍ରାଇମ ରୋକିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ । ଏନେଇ ସମାଜର ତଳସ୍ତର ପଯ୍ୟନ୍ତ ଏହି ସଚେତନ କାର୍ଯ୍ୟକ୍ରମ ପହଞ୍ଚାଇବା ପାଇଁ  ଲାଗି ପଡିଛି ପୋଲିସ । ଏହାକୁ ନେଇ କେନ୍ଦୁଝରରେ ଆରମ୍ଭ ହୋଇଛି ସାଇବର ସଚେତନତା ଅଭିଯାନ । ସେନେଇ କେନ୍ଦୁଝର ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଚେତନତା ଅଭିଯାନ ଜିଲ୍ଲାର ୧୩ଟି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରରୁ ଗାଁ ପର୍ଯ୍ୟନ୍ତ ମାରାଥନ ମଧ୍ୟ ପୋଲିସ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହା ସହ କୁଇଜ୍, ଚିତ୍ରାଙ୍କନ ଆଦିର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆଜିକୁ 15 ଦିନ ଧରି ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମକୁ ନେଇ ଏକ ସମାରୋହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଥିଲା । ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ସମାରୋହ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଠାକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ଆଜିର ଡିଜିଟାଲ ଯୁଗରେ ସତର୍କତାହିଁ ସାଇବର କ୍ରାଇମରୁ ସୁରକ୍ଷିତ ରହିବାର ମୂଳ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । 
 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.