ରାୟଗଡାରେ ଉଦଯାପିତ ହେଲା ସାଇବର ସଚେତନା ଅଭିଯାନ - Rayagada news

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 15, 2023, 10:22 PM IST

ରାୟଗଡା: ଜିଲ୍ଲାରେ ଶେଷ ହେଲା ସାଇବର ସଚେତନା ଅଭିଯାନ । ଏଥିପାଇଁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ଜିଲ୍ଲାସ୍ତରୀୟ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା । ତେବେ ସାଇବର ଅପରାଧରୁ ସୁରକ୍ଷିତ ରହିବା ପାଇଁ ତଥା ଲୋକଙ୍କୁ ସଚେତନତା କରିବା ପାଇଁ ପୋଲିସ ପକ୍ଷରୁ ଏହି ସାଇବର ସଚେତନା ଅଭିଯାନରେ ଆରମ୍ଭ କରାଯାଇଥିଲା । ଜିଲ୍ଲାର ପ୍ରତିଟି ବ୍ଲକକୁ ସାଇବର ରଥ ଭ୍ରମଣ କରିଥିଲା । ଏହା ସହ ବିଭିନ୍ନ ସ୍କୁଲ ଏବଂ କଲେଜ ଗୁଡିକରେ ସ୍ୱତନ୍ତ୍ର କର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା  । 

ଏହା କାର୍ଯ୍ୟକ୍ରମରେ ରାୟଗଡ଼ା କଲେଜର ଛାତ୍ରୀ ଆକାଂକ୍ଷା ଗୀତ ମଧ୍ୟମରେ ସାଇବର ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ । ଓଟିପି ସେୟାର ନକରିବା, କୌଣସି ମେସେଜ ଆସିଲେ ତାହା ଉପରେ ବିଶ୍ୱାସ ନକରି କିଭଳି ସାଇବର ଅପରାଧଠାରୁ ଦୂରେଇ ରହିବା ସେ ଉପରେ ସଚେତନା କରାଯାଇଥିଲେ । ଏହା ସହ କଲେଜର ଛାତ୍ରଛାତ୍ରୀ ମାନେ ଠକାମୀର ଜ୍ୱଳନ୍ତ ଉଦାହରଣ ଦେଇ ସଚେତନତା ରହିବାକୁ ବାର୍ତ୍ତା ଦେଇଥିଲେ । ପୋଲିସ ପକ୍ଷରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିବା ବିଜେତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । 

ଏହା ମଧ୍ୟ ପଢନ୍ତୁ....କଟକରେ ଉଦଯାପିତ ହେଲା ସାଇବର ସଚେତନତା ଅଭିଯାନ

ଏହି ଅବସରରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ,ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ,ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ବବିଲତା ସରାଫ ଏବଂ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । 


 ଇଟିଭି ଭାରତ,ରାୟଗଡ଼ା
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.