ସମୂହ ଛୁଟିରେ ଅମଲା, ଖାଁ ଖାଁ ସରକାରୀ କାର୍ଯ୍ୟାଳୟ - ପ୍ରଭାବିତ ସରକାରୀ କାର୍ଯ୍ୟଳୟ
🎬 Watch Now: Feature Video
କଟକ: ଆଜିଠାରୁ ରାଜ୍ୟରେ ଥିବା ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ସମୂହ ଛୁଟିରେ ଯାଇଛନ୍ତି। ରାଜ୍ୟରେ କାର୍ଯ୍ୟରତ ଅମଲାମାନେ ଲେବେଲ-୪ ମାନ୍ୟତାର କର୍ମଚାରୀ ଭାବେ ଥିବା ବେଳେ ଲେବୁଲ ୯ ଦାବିରେ ଅର୍ନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଆରମ୍ଭ କରିଛି। ୩୦ଟି ଜିଲ୍ଲାର ୩୦ ହଜାରରୁ ଉର୍ଦ୍ଧ୍ବ ଅମଲା ଏହି ସମୂହ ଛୁଟିରେ ସାମିଲ ହୋଇଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲ ଅଫିସ, ବ୍ଲକ ଅଫିସ ଭଳି ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି। ଅମଲାମାନଙ୍କୁ ଲେବୁଲ-୯ କର୍ମଚାରୀର ମାନ୍ୟତା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାତ୍ର ଏହାପରେ ଭୁବନେଶ୍ୱରରେ ମେ ୧ ତାରିଖରେ ଚରମ ପତ୍ର ଦେବା ସହିତ ମେ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି କାମ କରିଥିଲେ ସରକାରୀ କର୍ମଚାରୀ । ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ଆଜିଠାରୁ ସମୂହ ଛୁଟିରେ ଅଛନ୍ତି ଅମଲାମାନେ । ଯାହା ଫଳରେ ଖାଁ ଖାଁ ସରକାରୀ କାର୍ଯ୍ୟାଳୟ ।
ଇଟିଭି ଭାରତ, କଟକ