Watch Video: ଡାକ୍ତର ଓ କୁନି ରୋଗୀ ଭିତରେ କଥା କଟାକଟି, ଭାଇରାଲ ହେଉଛି କ୍ୟୁଟ୍‌ ଭିଡିଓ - ମଧ୍ୟପ୍ରଦେଶ ଭାଇରାଲ ଭିଡିଓ

🎬 Watch Now: Feature Video

thumbnail

By

Published : Apr 11, 2023, 11:19 AM IST

ଭୋପାଳ: ଡାକ୍ତର ସହ ଯୁକ୍ତି କଲା କୁନି ରୋଗୀ  । ଡାକ୍ତରଙ୍କ ପ୍ରଶ୍ନର ଖନେଇ ଖନେଇ ଜବାବ ରଖିଲା ୩ ବର୍ଷର ଶିଶୁ  । ମଧ୍ୟପ୍ରଦେଶରୁ ଜଣେ ଡାକ୍ତର ଓ ୩ ବର୍ଷର ପିଲା ମଧ୍ୟରେ ମଜାଳିଆ ଯୁକ୍ତିତର୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।  ଭିଡିଓରେ ଡାକ୍ତର କୁନି ପୁଅକୁ ଔଷଧ ଖାଇବାକୁ ନେଇ ପ୍ରଶ୍ନ କରୁଥିବାର ଶୁଣାଯାଉଛି  । ଡାକ୍ତର ପଚାରୁଛନ୍ତି ମୁଁ ତୁମକୁ ଇଞ୍ଜେକ୍ସନ ଲଗେଇଛି କି  । ଏହାର ଉତ୍ତରରେ ପିଲାଟି ଖନେଇ ଖନେଇ କହୁଛି ମୁଁ କାହିଁକି ଇଞ୍ଜେକ୍ସନ ଲଗାଇବି  । ଏହାପରେ ଡାକ୍ତର କହୁଛନ୍ତି, ତାହାହେଲେ କାହିଁକି ତମେ ମୋ ସହ ଲଢୁଛ ? ଲଢିବା ଜରୁରୀ ? ଏ କଥାରେ ପିଲାଟି ଜବାବ ଦେଉଛି ହଁ ଜରୁରୀ ।  

ଡାକ୍ତର ଆଉଥରେ ପ୍ରଶ୍ନ କରୁଛନ୍ତି, ଯଦି ଔଷଧ ନେବାର ଅଛି ତାହାହେଲେ ମୋଠାରୁ କାହିଁକି ନେଲନି । ଶିଶୁଟି ଅତି ନିରୀହ ଭାବେ କହୁଛି ଆପଣଙ୍କ ଠାରୁ ନେବାର ନାହିଁ । ଏହିପରି ଭାବେ କିଛି ସମୟ ଯାଏଁ କୁନି ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲୁଛି  । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି  । ଏହି ଭିଡିଓଟି ମଧ୍ୟପ୍ରଦେଶ ଭିନ୍ଦର ଅଞ୍ଚଳରେ ଥିବା ଡାକ୍ତର ଡିଏନ ସୋନୀଙ୍କ କ୍ଲିନକରୁ ଭାଇରାଲ ହେଉଛି  । 

ଏନେଇ ଡାକ୍ତର ସୋନୀ କହିଛନ୍ତି, ଏହି କ୍ୟୁଟ ଯୁକ୍ତିତର୍କର ଭିଡିଓ ଏତେ ଶୀଘ୍ର ଭାଇରାଲ ହୋଇଯିବ ବୋଲି କଳ୍ପନା କରିନଥିଲି  । ବର୍ତ୍ତମାନ ପାଗ ପରିବର୍ତ୍ତନ ଯୋଗୁଁ ସମସ୍ତେ ଥଣ୍ଡା, କାଶ ଓ ଜ୍ବରରେ ପୀଡିତ ହେଉଛନ୍ତି  । ସେହି ଶିଶୁ ଜଣକ ମଧ୍ୟ ଥଣ୍ଡାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ପାଖକୁ ଆସିଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.