କୋରାପୁଟ ମଣ୍ଡଳ କାରଗାରରେ ମୁଦ୍ରା ପ୍ରଦର୍ଶନୀ, ହଜିଲା ଇତିହାସକୁ ସାଉଁଟିଲେ ଅନ୍ତେବାସୀ - ହଜିଲା ଇତିହାସକୁ ସାଉଁଟିଲେ ଅନ୍ତେବାସୀ

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 20, 2023, 7:51 PM IST

କୋରାପୁଟ: କୋରାପୁଟ ମଣ୍ଡଳ କାରଗାରରେ ଆୟୋଜିତ ହୋଇଛି ବିଭିନ୍ନ ପୁରୁଣା ମୁଦ୍ରାର ପ୍ରଦର୍ଶନୀ । କାରାଗାରରେ ବର୍ଷବର୍ଷ ଧରି ବନ୍ଦୀ ହୋଇ ରହିଥିବା ଅନ୍ତେବାସୀଙ୍କ ପାଇଁ ଏପରି ମୁଦ୍ରା ଗୁଡିକୁ ପାଖରୁ ଦେଖିବା ଏକ ଅପୂର୍ବ ସୁଯୋଗ । ବିଭିନ୍ନ ଦେଶର ମୁଦ୍ରା ଦେଖିବା ସହ ତା ସହିତ ଜଡିତ ଇତିହାସ ଜାଣିବା ପାଇଁ ଅନ୍ତେବାସୀଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା ।  ଯାହାକୁ ନେଇ ମୁଦ୍ରା ସଂଗ୍ରହକାରୀ ମିତେଶ ରଞ୍ଜନ କାରାଗାରରେ ନିଜେ ବିଭିନ୍ନ ଦେଶ, ବିଦେଶରୁ ସଂଗ୍ରହ କରିଥିବା 2000ରୁ ଉର୍ଦ୍ଧ୍ବ ମୁଦ୍ରାର ପ୍ରଦର୍ଶନ କରିଥିଲେ । ଏହାସହ ମୁଦ୍ରା ସମ୍ପର୍କିତ ଜ୍ଞାନ ମଧ୍ୟ ଅନ୍ତେବାସୀଙ୍କୁ ପ୍ରଦାନ କରିଥିଲେ । 

ମିତେଶ ରଞ୍ଜନ କହିଛନ୍ତି, ‘‘ ବିଭିନ୍ନ ଦେଶର ମୁଦ୍ରା ସମ୍ପର୍କରେ ଜ୍ଞାନ ଅର୍ଜନ ଏବଂ ମୁଦ୍ରା ସଂଗ୍ରହ ହେଉଛି ଏକ ଆକର୍ଷଣୀୟ ହବି ।  ଯାହା ଫଳରେ ବିଭିନ୍ନ ରାଷ୍ଟ୍ରର ସମୃଦ୍ଧ ଇତିହାସ, ସଂସ୍କୃତି ଏବଂ ଚିତ୍ରକଳାକୁ ସେମାନଙ୍କର ମୁଦ୍ରା  ମାଧ୍ୟମରେ ଜାଣିବାର ସୁଯୋଗ ମିଳେ ।  ଏହି ହବି ଉଭୟ ଉପଭୋଗ୍ୟ ଏବଂ ଶିକ୍ଷଣୀୟ ହୋଇପାରେ । କାରଣ ସଂଗ୍ରାହକ ପ୍ରତ୍ୟେକ ମୁଦ୍ରାକୁ ନେଇ କିମ୍ବା ମୁଦ୍ରା ପଛରେ ଥିବା କାହାଣୀ ଉପରେ ଅନୁସନ୍ଧାନ କରିଥାଏ ।  ଦୀର୍ଘ 25 ବର୍ଷରୁ ଊର୍ଦ୍ଧ୍ବ ସମୟଧରି ମୁଁ ମୁଦ୍ରା ସଂଗ୍ରହ କରୁଛି । ଏବଂ ଅନ୍ତେବାସୀଙ୍କୁ ଏହା ପ୍ରଦର୍ଶନ କରି ବେଶ ଖୁସି ମଧ୍ୟ ଅନୁଭବ କରୁଛି । ସେମାନଙ୍କ ମଧ୍ୟରେ ଜାଣିବାର ଆଗ୍ରହ ମତେ ଅଧିକ ପ୍ରରଣା ଦେଇଛି ।’’  ଅନ୍ୟପଟେ କାରାଗାରରେ ରହି ମଧ୍ୟ ଏପରି ଅଦ୍ଭୁତ ମୁଦ୍ରା ଦେଖିବା ଏବଂ ତାର ଇତିହାସ ଜାଣିବା ପରେ ସମସ୍ତ ଅନ୍ତେବାସୀଙ୍କ ମଧ୍ୟରେ ଖୁସି ଏବଂ ଉତ୍ସାହର ମହୋଲ ଦେଖିବାକୁ ମିଳିଛି ।   

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.