ଚନ୍ଦ୍ରଯାନ-୩ରେ ଓଡ଼ିଶାର ଅବଦାନ, CTTC କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସେଲିବ୍ରେସନ - CTTC କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସେଲିବ୍ରେସନ
🎬 Watch Now: Feature Video
Published : Aug 23, 2023, 10:43 PM IST
ଭୁବନେଶ୍ବର: ସଫଳ ହେଲା ଚନ୍ଦ୍ର ଅଭିଯାନ । ଇତିହାସ ରଚିଲା ଇସ୍ରୋ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ-୩ । ଏହି ସଫଳତା ପରେ ସମଗ୍ର ଭାରତବାସୀଙ୍କ ସ୍ବପ୍ନ ସାକାର ହୋଇଛି । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତ ପହଞ୍ଚିଛି । ଯାହାକୁ ଚାରିଆଡ଼େ ସେଲିବ୍ରେସନ ଆରମ୍ଭ ହୋଇଛି । ଏହି ଅବସରରେ ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (CTTC)ରେ ମଧ୍ୟ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । କାରଣ ଚନ୍ଦ୍ରଯାନ-୩ର ସଫଳ ହେବା ପଛରେ ଓଡ଼ିଶାର ବଡ଼ ଅବଦାନ ରହିଛି । CTTC ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ଯନ୍ତ୍ରାଂଶ ଚନ୍ଦ୍ରଯାନ-୩ ଖଞ୍ଜା ଯାଇଥିଲା । ଏବେ ଏହାର ସଫଳ ଅବତରଣ ପରେ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ସଫଳତାର ସେଲିବ୍ରେସନ କରିଛନ୍ତି । ଲ୍ୟାଣ୍ଡିଂ ପରେ ଭାରତ ମାତା କି ଜୟ, ଜୟ ଜଗନ୍ନାଥ ନାରାରେ କମ୍ପି ଉଠିଥିଲା ପୁରା କ୍ୟାମ୍ପସ । ଏଥିସହ ନିଜ ଖୁସିକୁ ଜାହିର କରିଛନ୍ତି । ଅନ୍ୟପଟେ ଇସ୍ରୋର ସଫଳତାକୁ ନେଇ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ଇସ୍ରୋ ବୈଜ୍ଞାନିକମାନଙ୍କ ଏହି ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି । ଏହାସହ ଭାରତ ସରକାରଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଶଙ୍କରାଚାର୍ଯ୍ୟ । ଏହି ଐତିହାସିକ ସଫଳତା ପାଇଁ ସମଗ୍ର ଭାରତବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର