୪ଟି ସ୍ଥାନରେ CT & GST ଟିମ୍‌ର ଏକକାଳୀନ ଚଢ଼ାଉ

By

Published : May 30, 2023, 3:12 PM IST

thumbnail

ଭବାନୀପାଟଣା: ବ୍ୟବସାୟିକ ଅନୁଷ୍ଠାନରେ CT & GST ବିଭାଗର ଚଢ଼ାଉ । ଗତ କିଛିଦିନ ଧରି ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନମାନେ GST ଫାଙ୍କିବା ଅଭିଯୋଗରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି । ଏନେଇ ଆଜି ଭବାନୀପାଟଣା ଠାରେ ଥିବା ୪ ଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିଛି  CT & GST ବିଭାଗ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଅନ୍ନପୂର୍ଣ୍ଣା ଟ୍ରେଡ଼ର୍ସ, ମହାବୀର ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା ଷ୍ଟିଲ,ମାଣିକେଶ୍ୱରୀ ଛକ ନିକଟରେ  ଥିବା ଅନ୍ନପୂର୍ଣ୍ଣା ଏଣ୍ଟରପ୍ରାଇଜେସ ଓ ଘୋଡାଘାଟ ଛକ ନିକଟରେ ଥିବା  ଅନ୍ନପୂର୍ଣ୍ଣା ଏଜେନ୍ସି ଉପରେ କଳାହାଣ୍ଡି  ସିଟି ଓ ଜିଏସଟି  ବିଭାଗର ଏକକାଳୀନ ଚଢ଼ାଉ ଜାରି କରିଛି । GST ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ବେଳେ ଚଢ଼ାଉରେ ସିଟି ଓ ଜିଏସଟି ବିଭାଗର ୪ ଟି ସ୍ୱତନ୍ତ୍ର ଟିମ ସାମିଲ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ଟଙ୍କାର GST ଫାଙ୍କିଛନ୍ତି ସମ୍ପୃକ୍ତ ବ୍ୟବସାୟୀ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଚଢ଼ାଉ ପରେ ଆକଳନ କରାଯିବ ବୋଲି  ସିଟି ଓ ଜିଏସଟି ବିଭାଗର ଡେପୁଟି କମିଶନର ସମୀର ମାଝୀ ସୂଚନା ଦେଇଛନ୍ତି। ତେବେ ବ୍ୟବସାୟୀ ସଞ୍ଜୟ ଅଗ୍ରୱାଲ ଦୀର୍ଘ ଦିନରୁ GST ଫାଙ୍କୁଥିବା ନେଇ ବିଭାଗ ନିକଟରେ ଅଭିଯୋଗ ହୋଇଥିବା ବେଳେ ଏହି ଅଭିଯୋଗକୁ ଭିତ୍ତି କରି ଚଢ଼ାଉ କରିଛି ସିଟି ଓ ଜିଏସଟି  ବିଭାଗ ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.