thumbnail

By ETV Bharat Odisha Team

Published : Jan 16, 2024, 8:54 PM IST

ETV Bharat / Videos

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ଅନୁରୋଧ

ଭୁବନେଶ୍ବର:ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କୁ ଆହ୍ୱାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ପ୍ରତ୍ୟକ୍ଷ ଅବା ପରୋକ୍ଷରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଦୀପ ସମସ୍ତଙ୍କୁ ଏକ ଭିଡିଓ ବାର୍ତ୍ତାରେ ଅନୁରୋଧ କରି କହିଛନ୍ତି ଯେ, ଆସନ୍ତାକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଭକ୍ତି ଓ ଉଲ୍ଲାସର ସହ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ବିଭିନ୍ନ ରାଜ୍ୟରୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ଭକ୍ତ ତଥା ଜନସାଧାରଣ ଯେପରି ଭାଗ ନେଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନଜିର ଭକ୍ତି ନିବେଦନ କିରିପାରିବେ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନଟିକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି । ତଦନୁଯାୟୀ ରାଜ୍ୟ ସରକାରଙ୍କ ପରିଚାଳନାଧୀନ ସମସ୍ତ ଅଫିସ, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଛୁଟି ଘୋଷଣା କରାଯାଇଛି । 



ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସୋସିଆଲ ମିଡ଼ିଆ ଓ ବିଭିନ୍ନ ମାଧ୍ୟମରୁ ବେସରକାରୀ କାର୍ଯ୍ୟାଳୟ, ବେସରକାରୀ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅନୁରୋଧ ପ୍ରାପ୍ତ ହେଉଛି । ଏହି ପରିପ୍ରେକ୍ଷୀରେ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ନିଜ ନିଜ ସ୍ତରରେ ଜାନୁଆରୀ 17 ତାରିଖ ଦିନ ମଧ୍ୟାହ୍ନ 12 ରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ନିଜ ନିଜ ଅନୁଷ୍ଠାନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ସିଧାପ୍ରସାରଣର ସୁବ୍ୟବସ୍ଥା କରିବା ନିମନ୍ତେ ଅନୁରୋଧ କରୁଛି । ଯାହା ଦ୍ୱାରା ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ସହ ଏଥିରେ ନିଜକୁ ସାମିଲ କରିପାରିବେ । 
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.