Har Ghar Tiranga: ଭବାନୀପାଟଣାରେ CRPF ଯବାନଙ୍କ ତ୍ରିରଙ୍ଗା ଶୋଭାଯାତ୍ରା

By

Published : Aug 13, 2023, 11:01 PM IST

thumbnail

ଭବାନୀପାଟଣା: ଆଉ ଦିନକ ପରେ ସାରା ଦେଶ ପାଳିବ ସ୍ବାଧିନତା ଦିବସ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆଜିଠାରୁ ଆରମ୍ଭ ହୋଇଛି ହର ଘର ତ୍ରିରଙ୍ଗା ଅଭିଯାନ । ୭୭ ତମ ସ୍ବାଧିନତା ଦିବସ ଅବସରରେ ଘରେ ଘରେ ଉଡିବ ଜାତୀୟ ପତାକା । ଆଜିଠାରୁ ଅର୍ଥାତ ୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତି ଭାରତୀୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଭବାନୀପାଟଣା ସହର ନିକଟ ଅଟାଙ୍ଗଗୁଡ଼ାଠାରେ ଥିବା ସିଆର୍‌ପିଏଫ୍ ୬୪ ବାଟାଲିୟନ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାରା ଭାରତରେ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ ହେଉଥିବାବେଳେ ୬୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ କଳାହାଣ୍ଡି ପକ୍ଷରୁ ହର ଘର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଅଟାଙ୍ଗଗୁଡାସ୍ଥିତ ୬୪ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ କ୍ୟାମ୍ପରୁ ଆଜି ଏକ ବାଇକ୍‌ ରାଲିରେ ବାହାରି ସହର ପରିକ୍ରମା କରିଥିଲେ । ଏଥିରେ ୬୪ ବାଟାଲିୟନର ଦ୍ବିତୀୟ କମାଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର, ସୁବେଦାର ମେଜର ମଦନ ସିଂ, ଇନ୍ସପେକ୍ଟର ପ୍ରବୀଣ ପ୍ରଧାନଙ୍କ ସମେତ ଅନ୍ୟ ଅଧିକାରୀ ଓ ଯବାନ ସାମିଲ ହୋଇ ଜାତୀୟ ପତାକାକୁ ସମ୍ମାନ ଦେବା ପାଇଁ ଶୋଭାଯାତ୍ରାରେ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଲଗାଇ ସମସ୍ତଙ୍କ ମନରେ ଦେଶଭକ୍ତି ତଥା ଜାତୀୟ ପତାକାକୁ ସମ୍ମାନ ଦେବା ବାର୍ତ୍ତା ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...77TH Independence Day: ବାଲୁକା ଚିତ୍ରକଳାରେ ହର ଘର ତ୍ରିରଙ୍ଗା ଥିମ୍

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.