ଗାଁ ପୋଖରୀରେ କୁମ୍ଭୀର, ଆତଙ୍କିତ ଅଞ୍ଚଳବାସୀ
🎬 Watch Now: Feature Video
କେନ୍ଦ୍ରାପଡା: ରାଜନଗର ବ୍ଲକ ଖମାରସାହି ପଞ୍ଚାୟତରେ କୁମ୍ଭୀର ଆତଙ୍କ । ପୋଖରୀରେ ୪ଫୁଟର କୁମ୍ଭୀର ଦେଖି ଆତଙ୍କିତ ଲୋକେ । ପୋଖରୀ ତୁଠରେ ଏକ କୁମ୍ଭୀର ଖରା ଖାଉଥିବା ବେଳେ ଜଣେ ବ୍ୟକ୍ତି ଦେଖିଥିଲେ । ଏହାପରେ ସେ ଚିତ୍କାର କରି ଗ୍ରାମବାସୀଙ୍କୁ ଡାକିବା ସହ ବନ ବିଭାଗକୁ ଖବର ଦିଆଯାଇଥିଲା । ପରେ କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର କରି ଭିତରକନିକାରେ ଛାଡି ଦେଇଥିବା ସୂଚନା ରହିଛି । କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଦୀର୍ଘ ୧୧ ଦିନ ଧରି ବନ୍ଦ ରହିଥିବା ବେଳେ ଏବେ ଗାଁ ପୋଖରୀରେ କୁମ୍ଭୀର ଖେଳିବା ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି ।
Last Updated : Feb 3, 2023, 8:38 PM IST