ଷଣ୍ଢ ମାତିବାରୁ 2 ଘଣ୍ଟା ଧରି ଗଛରେ ରହିଲେ ଚାଷୀ: ଅଖିଳେଶ କହିଲେ, ୟୁପିରେ ଦରକାର 'ଷଣ୍ଢ ରକ୍ଷା ପୋଲିସ' - ଷଣ୍ଢ ଉପଦ୍ରବ ଯୋଗୁ ଚାଷୀ ଭୟଭୀତ
🎬 Watch Now: Feature Video
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଷଣ୍ଢ ଉପଦ୍ରବର ଏକ ଭିଡିଓ ସାମନାକୁ ଆସିଛି। ସଂୱାରା ପାଣ୍ଡେୟପୁର ଅଞ୍ଚଳରେ ଷଣ୍ଢ ମାତିଥିବାବେଳେ ସେଠାରେ ଥିବା ଚାଷୀ ଭୟବାତ ହୋଇପଡିଥିବା ଦେଖିବାକୁ ମିଳିଛି। ଚାଷୀ ଜଣକ ଷଣ୍ଢ ଭୟରେ ଦୀର୍ଘ 2 ଘଣ୍ଟା ଧରି ଏକ ଗଛ ଉପରେ ଚଢି ବସି ରହିଥିବାର ଦୃଶ୍ୟ ମୋବାଇଲରେ କଏଦ ହୋଇଛି। ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି।
ଏହା ବି ପଢନ୍ତୁ...ବଡଗାଁ ବନାଞ୍ଚଳରେ ଝାଡଖଣ୍ଡ ହାତୀଙ୍କ ଉତ୍ପାତ: ଭାଙ୍ଗିଲେ ଘର, ନଷ୍ଟ କଲେ ଫସଲ
ତେବେ ଷଣ୍ଢଟି ଆକ୍ରମଣ କରିବା ପାଇଁ ଗୋଡାଉଥିବାବେଳେ ଚାଷୀ ଜଣକ ଜୀବନ ବଞ୍ଚାଇବାକୁ ଗଛ ଉପରେ ବସି ରହିଥିଲେ। ଏହାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ସପା ସୁପ୍ରିମୋ ଅଖିଳେଶ ଯାଦବ ଟ୍ବିଟ୍ ମଧ୍ୟ କରିଛନ୍ତି। ଅଖିଳେଶ ଟ୍ବିଟ କରି 'ଷଣ୍ଢ ସମାଚାର' ଲେଖିଥିବାର ଦେଖିବାକୁ ମିଳିଛି। ଷଣ୍ଢ କବଳରୁ ନିଜକୁ ରକ୍ଷା କରିବାକୁ 2ଘଣ୍ଟା ଧରି ଗଛ ଉପରେ ଚାଷୀ ବସି ରହିବା ଘଟଣାକୁ ନେଇ ଅଖିଳେଶ ଉତ୍ତରପ୍ରଦେଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି, "ବର୍ତ୍ତମାନ ୟୁପିରେ 'ଷଣ୍ଢ ରକ୍ଷା ପୋଲିସ' ଗଠନ କରିବାର ଆବଶ୍ୟକତା ରହିଛି।"