ସିଏମସିରେ କ୍ରାଇମବ୍ରାଞ୍ଚ ଟିମ ,ଜାଲ ଦସ୍ତଖତ ଓ ସିଲ ବ୍ୟବହାର କରି କୋଟି କୋଟି ଟଙ୍କ ହଡ଼ପ ! - ସୁବାସ ସିଂ ମେୟର କଟକ

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 8, 2023, 10:06 PM IST

କଟକ: ସିଏମସିରେ କୋଟି କୋଟି ଟଙ୍କାର ଦୁର୍ନୀତିର ଛିଟା । ପୂର୍ବତନ ସିଏମସି କମିଶନରଙ୍କ ଜାଲ ଦସ୍ତଖତ ଓ ସିଲ ବ୍ୟବହାର କରି ହଡ଼ପ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ସମ୍ପତି । ଏଥିରେ କିଛି ସିଏମସି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚାର ହେଉଛି । ଏନେଇ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଗତକାଲି ଅପରାହ୍ନରେ ସିଏମସି କାର୍ଯ୍ୟାଳୟରେ ଖୋଳତାଡ଼ ଆରମ୍ଭ କରିଥିଲା । ପ୍ରଥମେ 'ଲ' ବିଭାଗରେ ପହଁଞ୍ଚି ପୂର୍ବତନ କମିଶନର ଅନନ୍ୟା ଦାସଙ୍କ ଦସ୍ତଖତକୁ ଯାଞ୍ଚ କରିଥଲା କ୍ରାଇମବ୍ରାଞ୍ଚ । ଏଥିସହ ସିଏମସିର କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ । ତେବେ କ୍ରାଇମବ୍ରାଞ୍ଚର ଖୋଳତାଡ଼କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ ।

ସେ କହିଛନ୍ତି," ଏହି ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା କିମ୍ବା ତଥ୍ୟ ନାହିଁ। ଏଥିସହ କ୍ରାଇମବ୍ରାଞ୍ଚ ଟିମ ମଧ୍ୟ ତଦନ୍ତ ବା ଯାଞ୍ଚ ନେଇ କୌଣସି ଆଲୋଚନା କରି ନାହାନ୍ତି । ପୂର୍ବତନ କମିଶନରଙ୍କ ସମୟରେ କିଛି ଜମି ଜାଲିଆତି ହୋଇଥିବା ନେଇ କ୍ରାଇମବ୍ରାଞ୍ଚ ପାଖରେ ଅଭିଯୋଗ ହୋଇଛି । ତେଣୁ ଏଥିରେ ଯଦି କାହାର ସମ୍ପୃକ୍ତି ଥିବ ତେବେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ।" ଅନ୍ୟପଟେ ମହାନଗର ନିଗମର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ପରେ ଅନେକ ତଥ୍ୟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଥିବା ଜଣାପଡିଛି। 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.