World Cup 2023: ଶିଳ୍ପୀଙ୍କ କଳାକୃତି, କାଠରେ ଟ୍ରଫି କରି ଟିମ୍ ଇଣ୍ଡିଆକୁ ଜଣାଇଲେ ଶୁଭେଚ୍ଛା - କାଠରେ ଟ୍ରଫି କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା

🎬 Watch Now: Feature Video

thumbnail

By ETV Bharat Odisha Team

Published : Oct 8, 2023, 12:49 PM IST

ବ୍ରହ୍ମପୁର: ଆଜି କ୍ରିକେଟ ବିଶ୍ଵକପରେ ଟିମ୍ ଇଣ୍ଡିଆ ତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ପ୍ରଥମ ମ୍ୟାଚ ଖେଳିବ ଭାରତ । ଏନେଇ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । କାଠ ଓ ଆଇସକ୍ରିମ ଷ୍ଟିକରେ ତିନୋଟି ୱାର୍ଲ୍ଡ କପ୍ ମଡେଲ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ଯୁବ ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରାଣା । ଆଜି ବିଶ୍ୱକପ୍ କ୍ରିକେଟରେ ଭାରତ ସହିତ ଅଷ୍ଟ୍ରେଲିଆର ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ଭାରତ ତାର ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ସତ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ଏଭଳି କଳାକୃତି ପ୍ରସ୍ତୁତ କରିଛନ୍ତି । ଭାରତ 1983 ମସିହା ଏବଂ 2011 ମସିହାରେ ୱର୍ଲ୍ଡ କପ୍ ଚମ୍ପିଆନ ହୋଇଥିଲା । ଏଥର ଘରୋଇ ମାଟିରେ ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । କାଠରେ ନିର୍ମିତ କଳାକୃତି ୮ମିମି, ୨.୩ସେମି ରହିଥିବା ବେଳେ ଏବଂ ଆଇସକ୍ରିମ ଷ୍ଟିକ୍‌ରେ ନିର୍ମିତ କଳାକୃତି ୧.୨ସେମି ଉଚ୍ଚତା ରହିଛି । ସେହିପରି କାଠରେ ନିର୍ମିତ ତ୍ରିରଙ୍ଗାର ଉଚ୍ଚତା 1ସେମି ରହିଥିବା ବେଳେ ଏହା ପ୍ରସ୍ତୁତ କରିବାକୁ ସତ୍ୟଙ୍କୁ ପାଖାପାଖି ଦୁଇ ଘଣ୍ଟା ସମୟ ଲାଗିଥିଲା । ଏଥର ଭାରତ ନିଶ୍ଚିନ୍ତ ବିଶ୍ବ ବିଜୟୀ ହେବ ବୋଲି ଆଶା ରଖିଛନ୍ତି ସତ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.