World Cup 2023: ରିପିଟ ହେବନି 2019 ଘଟଣା, ରିଭେଞ୍ଜ ନେବ ରୋହିତ ଆଣ୍ଡ କୋ - କ୍ରିକେଟ ବିଶ୍ବକପ 2023
🎬 Watch Now: Feature Video


Published : Nov 15, 2023, 10:10 AM IST
ରାଉରକେଲା: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ମହାଲଢେଇ ହେବ । 2023 ବିଶ୍ବକପରେ ଆଜି ପ୍ରଥମ ସେମିଫାଇନାଲରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଟିକେଟ ଟୁ ଫାଇନାଲ ପାଇଁ ଦୁଇ ଦଳ ମଧ୍ୟରେ ହେବ କଡା ଟକ୍କର । କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ହେବ ମୁକାବିଲା । ଏହି ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଚଳିତ ବିଶ୍ବକପରେ ଭାରତର ଯେଉଁ ପ୍ରଦର୍ଶନ ରହିଛି ଦଳ ଚମ୍ପିଆନ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଆଜି ସେମିଫାଇନାଲରେ ଭାରତର ସହଜ ବିଜୟ ହେବ । 2019 ଘଟଣା ରିପିଟ ହେବ ନାହିଁ । ଲିଗ ପର୍ଯ୍ୟାୟରେ ଅପରାଜେୟ ଭାରତ କିୱି ଦଳକୁ ପରାସ୍ତ କରି 2019 ପରାଜୟର ପ୍ରତିଶୋଧ ନେବା ବୋଲି ଆଶା ରଖିଛନ୍ତି କ୍ରିକେଟ ଫ୍ୟାନ୍ସ । ତେବେ ଶୁଣନ୍ତୁ ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ନେଇ କ'ଣ କହୁଛନ୍ତି ଫ୍ୟାନ୍ସ ।
ଇଟିିଭି ଭାରତ, ସୁନ୍ଦରଗଡ