ଆକାଶ ଛୁଆଁ ପରିବା ଦାମ, ପ୍ରତିବାଦ କଲା ସିପିଆଇଏମ ଓ ମହିଳା ସମିତି
🎬 Watch Now: Feature Video
ବ୍ରହ୍ମପୁର: ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ପନିପରିବାର ଆକାଶ ଛୁଆଁ ଦର ବୃଦ୍ଧିକୁ ବିରୋଧ । ଏନେଇ ବ୍ରହ୍ମପୁର ସହରରେ ସିପିଆଇଏମ ଓ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ନିୟମିତ ଭାବେ ସବୁଠି ଦର ବୃଦ୍ଧି ଘଟିବା ଏବଂ ଏଥିପ୍ରତି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ବିଫଳତାକୁ ନେଇ ସମାଲୋଚନା କରାଯାଇଛି । ରାଜ୍ୟ ସରକାର କେରଳ ଭଳି ପନିପରିବାର ସହାୟକ ମୂଲ୍ୟ ଓ ବଜାର ଦର ନିର୍ଦ୍ଧାରଣ କରିବା, ଚାଷୀଙ୍କ ଫସଲର ସଂରକ୍ଷଣ, ପରିବହନ ଓ ବିକ୍ରୟ ପାଇଁ ବ୍ୟବସ୍ଥା କରିବା ପାଇଁ ନୀତି ତିଆରି କରିବା ନେଇ ଦାବି ହୋଇଛି । ଅତିଶୀଘ୍ର ଦର ହ୍ରାସ ପାଇଁ କେନ୍ଦ୍ର ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ମହିଳା ମାନେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଆଉ ୧୫ଦିନ ପରେ ଖସିବ ପରିବା ଦର !
ଇଟିଭି ଭାରତ, ବ୍ରହ୍ମପୁର