ସହିପାରିଲେନି ଋଣ ଭାର, ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଦମ୍ପତି ! - ଅଭାବନୀୟ ଘଟଣା
🎬 Watch Now: Feature Video
ଯାଜପୁର: ଟମକା ଥାନା ଧୂଳିଆପଶି ନିକଟରେ ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଦମ୍ପତି । ମୃତ ଦମ୍ପତ୍ତି ହେଲେ ଓସ୍ତପାଳ ଗ୍ରାମର ନିମାଇଁ ବାଇ ଓ ଜାନକୀ ବାଇ । ରେଳବାଇ ପୋଲିସ ଦ୍ବାରା ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମୃତ ଦମ୍ପତିଙ୍କ ଏକ ୧୦ ବର୍ଷର ପୁଅ ଅଛି । ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଋଣ ଭାର ଯୋଗୁଁ ଏମାନେ ଜୀବନ ହାରିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ କରିଛି ଟମକା ପୋଲିସ । ସେଥିରେ ଲେଖା ଅଛି, ଜାନକୀ ବାଇ ଗ୍ରାମର ହରିଜନ ସାହିର ପ୍ରମିଳା ଜେନାଙ୍କ ଠାରୁ ୩୦ ହଜାର ଟଙ୍କା ଆଣି ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଦେଇଥିଲା । ସେ ଟଙ୍କା ନ ଦେବାରୁ ପ୍ରମିଳା ଜେନା ଜାନକୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି । ଏହାକୁ ସହ୍ୟ କରିନପାରି ଦୁହେଁ ଟ୍ରେନ ଆଗକୁ ଡେଇଁପଡ଼ିଥିବା ନୋଟରେ ଉଲ୍ଲେଖ ରହିଛି । ତେବେ ଖବର ପାଇ ଘଟଣାସ୍ଥଳରେ ରେଳବା ଜିଆରପି ଓ ଟମକା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଯାଜପୁର