Train Tragedy: ବଗି ତଳେ ଜୀବନ, ସହାୟତା ପାଇଁ ଆହତଙ୍କ ଆର୍ତ୍ତଚିତ୍କାର

By

Published : Jun 3, 2023, 12:18 PM IST

thumbnail

ବାଲେଶ୍ବର: ଟ୍ରେନରେ କିଏ କାମ ସନ୍ଧାନରେ ଯାଉଥିଲା ତ ଆଉ କିଏ ଘରକୁ ଫେରୁଥିଲା । କିଏ ପରବର୍ତ୍ତୀ ଷ୍ଟେସନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିଲା । ଠିକ୍ ଏତିକି ବେଳେ ହଠାତ ଏକ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ପୁରା ଅଞ୍ଚଳ । କେହି କିଛି ବୁଝିବା ସାମ୍ନାରେ ଛିଡା ହୋଇଯାଇଥିଲା ମୃତ୍ୟୁ । ଖଣ୍ଡ ଖଣ୍ଡ ହୋଇଯାଇଥିଲା ଟ୍ରେନ । ଜଣକ ପରେ ଜଣେ ଏମିତି ୨୩୮ ଜଣଙ୍କ ଚାଲି ଯାଇଥିଲା ଜୀବନ । ଶହ ଶହ ଯାତ୍ରୀ ଦୁର୍ଘଟଣାଗ୍ରସ୍ତ ଟ୍ରେନ ତଳେ ଚାପି ହୋଇ ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଥିଲେ । ଆହତଙ୍କ ଆର୍ତ୍ତ ଚିତ୍କାରରେ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଗତକାଲି ସନ୍ଧ୍ୟାରେ ବାଲେଶ୍ବର କରମଣ୍ଡଳ ଠାରେ ଏଭଳି ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା । 

ଟ୍ରେନ ଦୁର୍ଘଟଣାରେ ଫସିଥିବା ଯାତ୍ରୀମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ଏନଡିଆରଏଫ, ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବାଲେଶ୍ବର ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଏବଂ ରେଳ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବହୁ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଆହତମାନଙ୍କୁ ମେଡିକାଲ ପହଞ୍ଚାଇବାରେ ସହଯୋଗ କରୁଛନ୍ତି । ଖାଲି ସେତିକି ନୁହେଁ, ରାଜନୈତିକ ଦଳର ନେତାମାନେ ମଧ୍ୟ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.