thumbnail

ନାବାଳିକା ଅସଦାଚରଣ ମାମଲା, ଅଭିଯୁକ୍ତକୁ 4ବର୍ଷ ସଶ୍ରମ କାରାଦଣ୍ଡ

By

Published : May 1, 2023, 10:50 PM IST

କେନ୍ଦୁଝର: ଦିନକୁ ଦିନ  ବୃଦ୍ଧି ପାଉଛି ନାବାଳିକାଙ୍କୁ ଅସଦାଚରଣ ମାମଲା । ଏନେଇ ମାମଲା ରୁଜୁ ହେବା ପରେ ସ୍ୱତନ୍ତ୍ର ପୋକସୋ କୋର୍ଟ ମଧ୍ୟ ଅଭିଯୁକ୍ତଙ୍କ ପ୍ରତି କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆଜି କେନ୍ଦୁଝର ଜିଲ୍ଲା ଏଡିଜେ କମ ସ୍ୱତନ୍ତ୍ର ପୋକସୋ କୋର୍ଟ ୨୦୧୮ ମସିହାର ତୁରୁମୁଙ୍ଗା ଥାନା ଅଞ୍ଚଳର ଏକ ମାମଲାର ଶୁଣାଣି କରିଛନ୍ତି । ଏକ ନାବାଳିକା ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ଅଜୟ ନାଏକ ତାକୁ ଅସଦାଚରଣ ଉଦ୍ୟମ କରିଥିଲା । ସେଠାରୁ ନାବାଳିକା ଜଣକ କୌଣସି ମତେ ଖସି ଆସି ଘରେ ଜଣାଇବାରୁ ଥାନାରେ ମାମଲା ରୁଜୁ ହୋଇଥିଲା । ତୁରୁମୁଙ୍ଗା ପୋଲିସ ଏନେଇ ୧୧୭/୧୮ କେସରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି କୋର୍ଟ ଏହାର ଶୁଣାଣି କରି ଅଭିଯୁକ୍ତଙ୍କୁ 9 ଜଣ ସାକ୍ଷ ପ୍ରମାଣ ନେଇ ଚାରି ବର୍ଷ ସଶ୍ରମ କାରାଦଣ୍ଡ ସଜା ଶୁଣାଇଛନ୍ତି । ଦୁଇ ହଜାର ଟଙ୍କା ଫାଇନ ଏବଂ ଅନାଦେୟ ଚାରିମାସ ଦଣ୍ଡାଦେଶ ହେବା ସହ ନାବାଳିକାକୁ ଏକ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସ୍ୱତନ୍ତ୍ର ପିପି ଗଣେଶ ମହାପାତ୍ର ପ୍ରକାଶ କରିଛନ୍ତି ।
 

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.