Rathakhala Halchal: ତୁମ୍ବରେ ବିନ୍ଧ ସହ ଚାଲିଛି ପନ୍ଦାରୀ କଣ୍ଟା ନିର୍ମାଣ

By

Published : Apr 30, 2023, 3:58 PM IST

thumbnail

ପୁରୀ: ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥ ଖଳା । ସବୁ ଦିନ ଭଳି ରଥ ନିର୍ମାଣକାରୀ ସେବକମାନେ ସକାଳ ୮ଟାରେ ରଥଖଳାଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ତିନି ରଥର ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶରେ ନିର୍ମାଣ କାର୍ଯ୍ୟରେ ଆରମ୍ଭ କରିଥିଲେ । ଆଜି ସୁଦ୍ଧା ତିନିରଥର ୪୨ ଗୋଟି ଗୋଲେଇ ତୂମ୍ବରେ ସୂତା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି । ତିନି ରଥର ବାକି ଥିବା ୯ ଗୋଟି ଗୋଲେଇ ତୂମ୍ବରେ ସୁତା ବାଡ଼ିଆ କାର୍ଯ୍ୟ ତଳି ମହାରଣା ଏବଂ ସୁତାର ମହାରଣାଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଛି । ଏତଦ ବ୍ୟତୀତ କରତି ସେବକମାନେ ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଘେର କାଟି ଯୋଗାଇଛନ୍ତି । ସେପଟେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର କମାର ସେବକମାନେ ଲୁହା ରଡ଼ କାଟି ୬/୭" ସାଇଜର ଅର କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଏଥି ସହ କମାର ସେବକମାନେ ପନ୍ଦାରି କାର୍ଯ୍ୟ ମଧ୍ଯ ଆରମ୍ଭ କରିଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.