କଂଗ୍ରେସ ମୁଖ୍ୟାଳୟରେ ବଜରଙ୍ଗବାଲୀ, ଫଳାଫଳକୁ ନେଇ ଉତ୍ସାହିତ କର୍ମୀ

By ETV Bharat Odisha Team

Published : Dec 3, 2023, 8:14 AM IST

thumbnail

ନୂଆଦିଲ୍ଲୀ: ଆଜି 4 ରାଜ୍ୟର ଜନାଦେଶ । ଆଉ କିଛି ଘଣ୍ଟାର ଅପେକ୍ଷା । କେଉଁ ରାଜ୍ୟରେ କିଏ ମାରିବ ବାଜି କାହାର କଟିବ ପତ୍ତା । ଅପରାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ । ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ 4 ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ସକାଳ 8ଟାରୁ ଭୋଟ ଗଣତି ହୋଇଛି । 4 ରାଜ୍ୟରେ କିଏ ସରକାର ଗଢିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଭୋଟ ଗଣତି ଓ ଫଳାଫଳ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ କର୍ମୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । 4 ରାଜ୍ୟରେ କଂଗ୍ରେସ ବାଜିମାତ କରିବ ବୋଲି ଦାବି କରିଛନ୍ତି କଂଗ୍ରେସ କର୍ମୀ । ହନୁମାନ ଓ ଶ୍ରୀରାମ ବେଶ ଧାରଣ କରି ସତ୍ୟର ବିଜୟ ହେବ ଜୟ ଶ୍ରୀରାମ ବୋଲି ନାରା ଲଗାଇଛନ୍ତି କଂଗ୍ରେସ କର୍ମୀ । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.