ଦେଶର ସ୍ବାଧୀନତାକୁ ଶେଷ କରିଦେଲେଣି ମୋଦି ସରକାର: ଭକ୍ତ ଦାଶ - କଲାହାଣ୍ଡିରେ ବେକାରୀ ସମସ୍ୟା ପ୍ରତିବାଦ
🎬 Watch Now: Feature Video
ଭବାନୀପାଟଣା: ଦରବୃଦ୍ଧି ଓ ବେକାରୀ ସମସ୍ୟା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଅହେତୁକ ଦର ବୃଦ୍ଧି ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଳାହାଣ୍ଡି କଂଗ୍ରେସ । ଏହାକୁ ବିରୋଧ କରି କଳାହାଣ୍ଡିରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ କର୍ମୀ ଓ ନେତା ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦେଶରେ ମୋଦି ସରକାର ଦେଇଥିବା ଅମୃତ ମୋହତ୍ସବ ପାଳନ ଆହ୍ବାନ କେବଳ ଆଦାନୀ ଓ ଅମ୍ବାନୀମାନଙ୍କ ପାଇଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।
ଇଟିଭି ଭାରତ, କଳାହାଣ୍ଡି
Last Updated : Feb 3, 2023, 8:25 PM IST