thumbnail

By ETV Bharat Odisha Team

Published : Jan 1, 2024, 5:32 PM IST

ETV Bharat / Videos

ନୂଆବର୍ଷରେ ସୁରଙ୍କ ନୂଆ ନାରା, "କଂଗ୍ରେସ କମିଙ୍ଗ୍"

Sura Routray: ଭୁବନେଶ୍ବର: ବିଦାୟ ନେଇ ସାରିଛି 2023 ବର୍ଷ । ନୂଆବର୍ଷ 2024କୁ ସ୍ବାଗତ କରିବାକୁ ସବୁଠି ଆନନ୍ଦ ଓ ଉତ୍ସବ । ଏହି କ୍ରମରେ ସବୁବେଳେ ମଜାଳିଆ ଢଙ୍ଗରେ କଥା କହି ଦଳଗତ ନିର୍ବିଶେଷରେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ପାଳିଛନ୍ତି ନୂଆବର୍ଷ । ଇଂରାଜୀ ନବବର୍ଷ 2024 ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଭରିଦେଉ, ଏଭଳି କାମନା କରି ନିଜ ଶୁଭେତ୍ସୁ ଏବଂ ପ୍ରଶଂସକଙ୍କ ମଧ୍ୟରେ ନବବର୍ଷ ପାଳିଛନ୍ତି କଂଗ୍ରେସ ବିଧାୟକ । ଭୁବନେଶ୍ବର ସୂଚନା ଭବନ ନିକଟରେ ଏକ କୋଳାହଳମୟ  ପରିବେଶରେ କେକ୍‌ କାଟି ମିଠା ଖୁଆଇ କଂଗ୍ରେସ କର୍ମୀ ଏବଂ ନିଜର ପ୍ରଶଂସକଙ୍କ ସହ ନୂଆବର୍ଷ ପାଳିଛନ୍ତି ସୁର । ଏହି ସେଲିବ୍ରେସନରେ ସେ 'କଂଗ୍ରେସ ଇଜ୍ କମିଙ୍ଗ୍‌' ନାରା ଦେବାକୁ ଭୁଲିନାହାନ୍ତି । ସେ କହିଛନ୍ତି, "2024 ସାଧାରଣ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଆଗାମୀ ଦିନରେ ନୂଆ ପ୍ରଭାରୀ ଓଡିଶା ଆସିବେ । ସଂଗଠନ ସୁଦୃଢ ହେବା ସହ ଅଧିକ କ୍ରିୟାଶୀଳ ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷ ୨୦୨୪କୁ ସ୍ୱାଗତ କଲେ ରାଜଧାନୀବାସୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.