Budget Session: ନରସିଂହଙ୍କ ପ୍ରଶ୍ନ ଭାଗ ଚାଷ ବେଆଇନ, ଭାଗ ଚାଷୀ ମାନ୍ୟତା ମିଳୁଛି କିପରି ? - ବିଧାନସଭା ବଜେଟ ଅଧିବେଶନ
🎬 Watch Now: Feature Video
ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ଗୃହରେ ଆଜି କ୍ଷୁଦ୍ର ନାମମାତ୍ର ଚାଷୀ ଓ ଭାଗ ଚାଷୀ ସଂଖ୍ୟା କେତେ ବୋଲି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ । ରାଜ୍ୟ ଲାଣ୍ଡ ରିଫର୍ମ ଆକ୍ଟ ଆନୁସାରେ ଭାଗ ଚାଷ ବେଆଇନ ବୋଲି ବିଭାଗୀୟ ମନ୍ତ୍ରୀ ଜାଣିଛନ୍ତି କି ନାହିଁ ବୋଲି କହିଥିଲେ ନରସିଂହ ମିଶ୍ର । ଭାଗ ଚାଷ ଯିଏ କରିଛି ଏବଂ ଯିଏ ଭାଗ ଚାଷ ଦେଇଛି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କ ଜମି ସରକାରୀ ହୋଇଯିବ । ଭାଗ ଚାଷ ବେଆଇନ ବୋଲି ଆଇନ ରହିଥିବା ବେଳେ ରାଜ୍ୟ ସରକାର ଚାଷୀକୁ ଭାଗ ଚାଷୀ ମାନ୍ୟତା ଦେଉଛନ୍ତି କିପରି ? ଏନେଇ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ନରସିଂହ ମିଶ୍ର । ଶୁଣନ୍ତୁ କଣ କହିଲେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଇଟିିଭି ଭାରତ, ଭୁବନେଶ୍ବର