ସାଧାରଣ ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ମଜଭୁତ କରୁଛି କଂଗ୍ରେସ

By ETV Bharat Odisha Team

Published : Sep 15, 2023, 10:52 PM IST

thumbnail

ବ୍ରହ୍ମପୁର: ସାଧାରଣ ନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । କର୍ମକର୍ତ୍ତାଙ୍କୁ ଏକଜୁଟ ଓ ମଜଭୁତ କରିବାରେ ଲାଗି ପଡିଛନ୍ତି ସମସ୍ତ ଦଳ। ପୂର୍ବରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଦଳୀୟ ସଙ୍ଗଠନକୁ ଧୀରେଧୀରେ ମଜଭୁତ କରିବାରେ ଲାଗିଛି କଂଗ୍ରେସ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ ଦଳୀୟ ସଙ୍ଗଠନକୁ ମଜଭୁତ କରିବାକୁ ପରାମର୍ଶ ଦେଇଛନ୍ତି ।  

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି,"ପୂର୍ବେ ଗଞ୍ଜାମ ଓ କୋରାପୁଟ ଜିଲ୍ଲା କଂଗ୍ରେସର ଗଡ଼ ଭାବରେ ପରିଚିତଥିଲା । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଦଳ କିଛି ମାତ୍ରାରେ ଦୁର୍ବଳ ହୋଇଛି । ଗତ ୨୩ ବର୍ଷ ମଧ୍ୟରେ ସାଧାରଣ ଜନତାଙ୍କ କଣ କଣ ଲାଭ ହୋଇଛି ଆଉ କଣ କଣ କ୍ଷତି ତାହା ବୁଝିଯାଇଛନ୍ତି । ଏଥର ଜନତା ଆମ ସହ ଅଛନ୍ତି । କଂଗ୍ରେସର ପୂର୍ବ ଯୋଜନାକୁ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ଯୋଜନା ବୋଲି କହି ବାଃ ବାଃ ନେଉଛି । ଜନତା ଏବେ ପୁଣି କଂଗ୍ରେସ ପ୍ରତି ନିଜର ଆଶା ଭରସା ପୋଷଣ କରୁଛି । ତେଣୁ ଏବେ କଂଗ୍ରେସକୁ ଏକାଠି ହୋଇ ଆଗକୁ ଲଢ଼ିବାର ଅଛି । ତୃଣମୂଳ ସ୍ତରରୁ ପରିବର୍ତ୍ତନ ଆଣିବାର ଅଛି । ଘର ଘର ବୁଲି ଲୋକଙ୍କୁ ସଚେତନ କରିବାର ସମୟ ଆସି ଯାଇଛି ।"  
 

ଇଟିଭି ଭାରତ,  ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.