ଖଡ଼ିଆଳ ଗସ୍ତରେ କଂଗ୍ରେସ ନେତା ଭକ୍ତ ଚରଣ ଦାସ

By ETV Bharat Odisha Team

Published : Jan 11, 2024, 7:20 AM IST

thumbnail

Bhakta Charan Das visits Khadiala: ନୂଆପଡା: ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଗସ୍ତରେ ଅଖିଳ ଭାରତ କଂଗ୍ରେସ ପାର୍ଟି ସ୍କିନିଂ କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ । ଅଖିଳ ଭାରତ କଂଗ୍ରେସ କମିଟି ଆଠଟି ରାଜ୍ୟର ସ୍କିନିଂ କମିଟି ଅଧ୍ୟକ୍ଷ ତଥା ପୂର୍ବତନ ରେଳମନ୍ତ୍ରୀ ଭକ୍ତ ଚରଣ ଦାସ ବୁଧବାର ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଖଡ଼ିଆଳ ମିଶନ ହସ୍ପିଟାଲଠାରୁ ଏକ ମୋଟର ସାଇକଲ ରାଲିରେ ତାଙ୍କୁ ବିପୁଳ ସ୍ୱାଗତ ଜଣାଇ କଂଗ୍ରେସ ପାର୍ଟି କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । ଖଡ଼ିଆଳ ପାର୍ଟି କାର୍ଯ୍ୟାଳୟଠାରେ କଂଗ୍ରେସ ବ୍ଲକ ସଭାପତି ଶ୍ୟାମସୁନ୍ଦର କୁଳଦୀପଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।  ଆଗକୁ 2024 ସାଧାରଣ ନିର୍ବାଚନ ଥିବାବେଳେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ କଂଗ୍ରେସ ଶକ୍ତିଶାଳୀ ହେଉଥିବା ଭକ୍ତ ଦାସ କହିଛନ୍ତି ।  
 

ଏହା ମଧ୍ୟ ପଢନ୍ତୁ...ଖଣି ଦୁର୍ନୀତି ରାଜନୀତି, ବିଜେଡି ଓ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ

ଅନ୍ୟପଟେ 2024 ସାଧାରଣ ନିର୍ବାଚନରେ ଆପଣ ଲଢ଼ିବେ କି ନାହିଁ ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ସେ ହକିଛନ୍ତି, "ମୁଁ ନିର୍ବାଚନ ଲଢ଼ିବି ନ ଲଢ଼ିବି ତାହା କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଭୋଟର ଭାଇ ଭଉଣୀ ଉପରେ ନିର୍ଭର କରୁଛି । ଯଦି ଚାହିଁବେ ତେବେ ବିଚାର କରିବି ।"

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.