thumbnail

By

Published : Mar 6, 2023, 8:31 PM IST

ETV Bharat / Videos

ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ମହିଳା ବଡିବିଲ୍ଡରଙ୍କ ରାମ୍ପ ୱାକ୍, ହିନ୍ଦୁ ସଂଗଠନର ବିରୋଧ

ଭୋପାଳ: ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ୧୩ତମ ଜୁନିଅର ମିଷ୍ଟର ଇଣ୍ଡିଆ ବଡି ବିଲଡିଂ ପ୍ରତିଯୋଗିତା ଆୟୋଜିତ ହୋଇଛି ।  ଏହି ପ୍ରତିଯୋଗିତା ପ୍ରହ୍ଲାଦ ପଟେଲ ଆୟୋଜକ କମିଟି ଏବଂ ରତଲାମ ବଡି ବିଲଡିଂ ଆସୋସିଏସନ ଦ୍ବାରା ଆୟୋଜିତ ହୋଇଥିଲା ।  ଏହି ପ୍ରତିଯୋଗିତାରେ ଜଣେ ମହିଳା ବଡିବିଲ୍ଡରଙ୍କ ଅଶ୍ଳୀଳ ପ୍ରଦର୍ଶନକୁ ନେଇ ବିରୋଧ ପ୍ରଦର୍ଶନ ହୋଇଛି । ବଜରଙ୍ଗ ବଲ୍ଲୀ ହନୁମାନଙ୍କ ମୂର୍ତ୍ତି ସମ୍ମୁଖରେ ମହିଳା ପ୍ରତିଯୋଗୀ ଜଣକ ଅଶ୍ଳୀଳ ପ୍ରଦର୍ଶନ କରିଥିଲେ । ଯାହାକୁ ହିନ୍ଦୁ ସଂଗଠନ ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯିବା ସହ କ୍ରୋଧଭାବ ପ୍ରକାଶ କରାଯାଇଛି ।

ଜାତୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ପ୍ରଭୁ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ମଞ୍ଚରେ ରଖାଯାଇଥିଲା ।  ସେହି ମଞ୍ଚରେ ମହିଳା ଅଂଶଗ୍ରହଣକାରୀ ଜଣକ ଆପତ୍ତିଜନକ ପୋଷାକ ପିନ୍ଧିଥିବା ସହିତ ମଞ୍ଚରେ ଅଶ୍ଳୀଳ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ହିନ୍ଦୁବାଦୀ ନେତାମାନେ ସର୍ବସମ୍ମୁଖକୁ ଆଣିଛନ୍ତି । ଆପତ୍ତିଜନକ ପୋଷାକ ପିନ୍ଧିବା ସହିତ ମହିଳା ପ୍ରତିଯୋଗୀ ଜଣକ ବିଭିନ୍ନ ଅଙ୍ଗଭଙ୍ଗୀ ଦେଇଥିଲେ । ଯାହାକି ଅଶ୍ଳୀଳ ଥିବା ବୋଲି ଉଭୟ କଂଗ୍ରେସ ଓ ହିନ୍ଦୁ ସଂଗଠନ ଅଭିଯୋଗ କରିଛି ।  

ଏହା ବି ପଢନ୍ତୁ-  Saradha Scam: ଘୋଟାଲରେ ସମ୍ପୃକ୍ତ ମମତା ! କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଚିଠି

ଏହି ପ୍ରତିଯୋଗିତାର ଆୟୋଜକ କମିଟିର ଅଧ୍ୟକ୍ଷ ତଥା ବିଜେପି ନେତା ପ୍ରହ୍ଲାଦ ପଟେଲଙ୍କୁ କଂଗ୍ରେସ ଟାର୍ଗେଟ କରିଛି ।  କଂଗ୍ରେସ ଏହି ଘଟଣାକୁ ଖୋଲାଖୋଲି ବିରୋଧ କରିଥିଲା । କଂଗ୍ରେସ ନେତା ପାରସ ସକଲେଚା କହିଛନ୍ତି, "ଭାରତୀୟ ସଂସ୍କୃତି ଓ ମହିଳାଙ୍କୁ ବିଜେପି ଅପମାନିତ କରୁଛି ।  ବର୍ତ୍ତମାନ ଏହାର ବିରୋଧର ସ୍ବର ଉଠାଇବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଛି। ଯାହାଦ୍ବାରା ଧାର୍ମିକ ସ୍ଥଳଗୁଡ଼ିକ ପବିତ୍ର ହେବ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.