thumbnail

କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକ

By ETV Bharat Odisha Team

Published : Jan 2, 2024, 7:06 PM IST

College Students Block Road  In Nabarangpur:ନବରଙ୍ଗପୁର: ଛାତ୍ରଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ଭୈରବ କଲେଜ ଛାତ୍ର ମୃତ୍ୟୁକୁ ନେଇ ଡାବୁଗାଁ-ଉମରକୋଟ ରାସ୍ତା ଅବରୋଧ କରାଯାଇଛି । ମୃତ ଛାତ୍ରଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବିନେଇ ଭୈରବ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ରାସ୍ତା ଅବରୋଧ କରି ବସିଛନ୍ତି ।  

 ଗତ ରବିବାର ଦିନ ଗାଡି ଧକ୍କାରେ ଡାବୁଗାଁ ଭୈରବ ମହାବିଦ୍ୟାଳୟର ହଷ୍ଟେଲରେ ରହି ପଢ଼ୁଥିବା ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ଦୀପକ ଗଣ୍ଡଙ୍କୁ ଏକ ଗାଡି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୀପକ ଗୁରୁତର ଭାବେ ଆହତ ହୋଇଥିବାରୁ ପ୍ରଥମେ ତାଙ୍କୁ ଡାବୁଗାଁ ମେଡିକାଲ ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।  ଆଜି ଗୁରୁତର ଛାତ୍ର ଦୀପକର ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି । ଏହି ଖବର ଜାଣିବାପରେ ଡାବୁଗାଁ ଭୈରବ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ କ୍ଷତିପୂରଣ ଦାବି ନେଇ ଡାବୁଗାଁ-ଉମରକୋଟ ରାଜ୍ୟରାଜପଥ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକି ରହିଥିଲା । ମୃତ ଛାତ୍ର ଜଣକ ରାଇଘର ବ୍ଲକ ମାରୀଗାଁର ବୋଲି ଜଣାପଡିଛି ।  

ଏହା ମଧ୍ୟ ପଢ଼ନ୍ତୁ....ଟ୍ରକ ଚପାରେ ଯୁବକ ମୃତ, ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.