କୋକେନ୍ ଜବତ ଜାହାଜ ସ୍ଥାନାନ୍ତରିତ : କ୍ରୁ' ମେମ୍ବରଙ୍କୁ ଜେରା ଜାରି - କୋକେନ୍ ଜବତ ଜାହାଜ ପି ଆଇ ସି ଟି ବର୍ଥରୁ ସ୍ଥାନାନ୍ତରିତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 8, 2023, 6:35 AM IST

ଜଗତସିଂହପୁର: ପାରାଦ୍ୱୀପ ବନ୍ଦରକୁ ଗତ ଶନିବାର ଏକ ଜାହାଜରୁ 22 କେଜି କୋକେନ୍ ଜବତ ହୋଇଥିଲା । ଏହାପରେ ଜାହାଜକୁ ଅଟକ ରଖାଯାଇଥିଲା । ଏହାପରେ ଗତ ଗୁରୁବାର ଅଟକ ଥିବା ଜାହାଜକୁ ଆଜି ସ୍ଥାନାନ୍ତର କରାଯାଇଛି । ପିଆଇସିଟି ବର୍ଥରୁ ସ୍ଥାନାନ୍ତରିତ କରାଇ ପାରାଦ୍ବୀପ ବନ୍ଦର ସାଉଥ କିୟୁ ଜେଟକୁ ପଠାଇ ଦିଆଯାଇଛି । ଜାହାଜ ମଧ୍ୟରେ ଅଟକ ଥିବା 21 ଜଣ କ୍ରୁ' ମେମ୍ବରମାନଙ୍କୁ ଏ ସମ୍ପର୍କରେ ଅଧିକ ପଚରାଉଚରା କରାଯାଉଛି । କୋକେନ୍‌ ସାମ୍ପୁଲ ସଂଗ୍ରହ କରାଯାଇ କଷ୍ଟମ ବିଭାଗର ମାଲ୍‌ ଖାନାକୁ ପଠାଇ ଦିଆଯାଇଛି । ଫରେନ୍ସିକ୍‌ ଲ୍ୟାବ୍‌କୁ ଯାଇ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣା ପଡ଼ିବ ।  

ଏହା ମଧ୍ୟ ପଢ଼ନ୍ତୁ....NCRB ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ମହିଳା କଂଗ୍ରେସ

ପାରାଦ୍ବୀପ ବନ୍ଦରକୁ ଗତ ଶନିବାର ଦିନ ଆସିଥିବା ଜାହାଜରୁ 22 କେଜି କୋକେନ୍ ଜବତ ହେବାପରେ ଅଟକ ଥିବା ଜାହାଜକୁ ଆଜି ସ୍ଥାନାନ୍ତର କରାଯାଇଛି । ପାରାଦ୍ବୀପ ପୋର୍ଟ କର୍ତ୍ତୃପକ୍ଷ ଜାହାଜକୁ ପିଆଇସିଟି ବର୍ଥରୁ ସ୍ଥାନାନ୍ତରିତ କରାଇ ପାରାଦ୍ବୀପ ବନ୍ଦର ସାଉଥ୍‌ କ୍ରୁ' ଜେଟ୍‌କୁ ପଠାଇ ଦେଇଛନ୍ତି । ସେହିଭଳି ଜାହାଜ ମଧ୍ୟରେ ଅଟକ ଥିବା 21 ଜଣ କ୍ରୁ' ମେମ୍ବରମାନଙ୍କୁ ଏ ସମ୍ପର୍କରେ ଅଧିକ ପଚରାଉଚରା କରାଯାଉଛି । ତେବେ ଜାହାଜରେ ଥିବା ସମସ୍ତ କ୍ରୁ' ମେମ୍ବରମାନେ ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ଉପୁଜିଛି । ଏଥିଯୋଗୁଁ ତଦନ୍ତରେ ବିଳମ୍ବ ଦେଖା ଦେଇଛି । ତେବେ ଭିଏତନାମାର ଭାଷା ବୁଝିବା ପାଇଁ ଭାଷା ଅନୁବାଦକାରୀଙ୍କୁ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଶୁକ୍ରବାର ଅଣାଯାଇ କ୍ରୁ' ମେମ୍ବରମାନଙ୍କୁ ପଚରାଉଚରା କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । 

ଅନ୍ୟ ପକ୍ଷରେ ଗୁରୁବାର ପୂର୍ବାହ୍ନରେ କୁଜଙ୍ଗ ADJ କୋର୍ଟ ପରିସରରେ କୋକେନ୍‌ର ସାମ୍ପୁଲ ସଂଗ୍ରହ କରାଯିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସମସ୍ତ କୋକେନ୍‌କୁ କଷ୍ଟମ ବିଭାଗର ମାଲଖାନାକୁ ପଠାଇ ଦିଆଯାଇଛି । ଏହି ଘଟଣା ପରେ ପାରାଦ୍ବୀପ ପୋର୍ଟକୁ ଆସୁଥିବା ଜାହାଜକୁ ତନ ତନ କରି ଯାଞ୍ଚ କରାଯାଉଛି । କୋଷ୍ଟଗାର୍ଡ, ଭାରତୀୟ ନୌବାହିନୀ ଓ ମେରାଇନ୍‌ ପୋଲିସ ପକ୍ଷରୁ ଜଳପଥ ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି । ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ବିଦେଶରୁ ଆସୁଥିବା ପରିବହନକାରୀ ଜାହାଜକୁ କଡ଼ାକଡ଼ି ଯାଞ୍ଚ କରୁଛନ୍ତି । କୁଜଙ୍ଗ କୋର୍ଟରୁ ଆଜି କୋକେନ୍‌ର ସାମ୍ପୁଲ ଭୁବନେଶ୍ୱର ଫରେନ୍ସିକ ଲ୍ୟାବ୍‌କୁ ଯାଇ ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣା ପଡ଼ିବ ବୋଲି କଷ୍ଟମ ବିଭାଗ କହିଛି ।  

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.